ମୁଁ ମୋ ନାତି-ନାତୁଣିଙ୍କୁ କହିବି…ବୁମ୍ରାଙ୍କ ପ୍ରଶଂସାରେ ଶତମୁଖ ହେଲେ ଟ୍ରାଭିସ ହେଡ୍
ନୂଆଦିଲ୍ଲୀ,୨।୧୨:ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଡିସେମ୍ବର ୬ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏଥର ଆଡିଲେଡରେ ଦୁଇ ଦଳ ମଧ୍ୟରେ ପିଙ୍କ୍ ବଲ ଟେଷ୍ଟ ଖେଳାଯିବ। ଏହାପୂର୍ବରୁ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ ଭାରତର ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରାଙ୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ଟ୍ରାଭିସ ହେଡ ଅନୁଭବ କରନ୍ତି, ଜସପ୍ରୀତ ବୁମ୍ରା ଦଶନ୍ଧିର ସର୍ବଶ୍ରେଷ୍ଠ ଦ୍ରୁତ ବୋଲର ଭାବେ ଜଣାଶୁଣା। ସେ କହିଛନ୍ତି, ଭାରତୀୟ ଫାଷ୍ଟ ବୋଲରଙ୍କୁ ସାମ୍ନା କରିବାର କଠିନ ଆହ୍ବାନ ବିଷୟରେ ସେ ନିଜ ନାତି-ନାତୁଣୀମାନଙ୍କୁ ଗର୍ବର ସହିତ କହିବେ। ପର୍ଥରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ବୁମ୍ରା ଚମତ୍କାର ପ୍ରଦର୍ଶନ କରିଥିଲେ। ଫଳରେ ଭାରତ ୨୯୫ ରନରେ ଜିତିଥିଲା।
ଟ୍ରାଭିସ ହେଡ କହିଛନ୍ତି, ବୁମ୍ରା ସର୍ବଶ୍ରେଷ୍ଠ ଦ୍ରୁତ ବୋଲର ଭାବରେ ପରିଚିତ। ତାଙ୍କ ବିପକ୍ଷରେ ଖେଳିବା ଚ୍ୟାଲେଞ୍ଜିଂ। ଭବିଷ୍ୟତରେ ଯେତେବେଳେ ମୁଁ ମୋର କ୍ୟାରିଅରକୁ ପଛକୁ ଚାହିଁବି, ମୁଁ ଗର୍ବର ସହିତ ମୋ ନାତିମାନଙ୍କୁ କହିବି ଯେ ମୁଁ ତାଙ୍କର ସାମ୍ନା କରିଥିଲି। ପର୍ଥରେ ଅର୍ଦ୍ଧଶତକ ହାସଲ କରିଥିବା ହେଡ ଏକମାତ୍ର ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଥିଲେ।
ଭାରତ- ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ତ୍ତମାନ ଆଡିଲେଡରେ ଶୁକ୍ରବାରଠାରୁ ପିଙ୍କ୍ ବଲ ଟେଷ୍ଟ ଖେଳାଯିବ।