Categories: ଜାତୀୟ

ଶାଶୁଘରେ ବୋହୂଙ୍କ ପ୍ରତି ଖରାପ ବ୍ୟବହାର ଯୌତୁକ ନିର୍ଯାତନା ନୁହେଁ: ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୨୮।୧୨ : କର୍ନାଟକର ଏକ ଯୌତୁକ ଉତ୍ପୀଡନ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଣ୍‌ଶାଶୁ ଘରେ ଜଣେ ବୋହୂଙ୍କୁ ପ୍ରତି ଅଳ୍ପ ଖରାପ ବ୍ୟବହାରକୁ ଯୌତୁକ ନିର୍ଯାତନା କୁହାଯାଇପାରିବ ନାହିଁ। ବେଞ୍ଚ କହିଛନ୍ତି ଯଦି ଅଭିଯୋଗକାରୀଙ୍କ ବିବାହିତ ଜୀବନରେ ହସ୍ତକ୍ଷେପ କିମ୍ବା ସମ୍ପୃକ୍ତିର କୌଣସି ଶାରୀରିକ ପ୍ରମାଣ ନାହିଁ, ତେବେ ଆଇପିସିର ଧାରା ୪୯୮-ଏ ଅନୁଯାୟୀ ଅଭିଯୁକ୍ତଙ୍କ ପ୍ରତି କ୍ରୁରତା ହୋଇଥିବାରେ କାହାକୁ ଦୋଷୀ କରାଯାଇପାରିବ ନାହିଁ। ଜଷ୍ଟିସ ସଞ୍ଜୀବ ଖାନ୍ନା ଏକ ଆଦେଶରେ ଏହା ସ୍ପଷ୍ଟ କରିଛନ୍ତି।

କର୍ନାଟକର ଜଣେ ମହିଳାଙ୍କ ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ, ଯେଉଁଥିରେ ନବ ବିବାହିତା ବୋହୂଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ବ୍ୟକ୍ତିଗତ ଜିନିଷକୁ ଡଷ୍ଟବିନରେ ଫୋପାଡି ଦେଇଥିବାର ଅଭିଯୋଗ ହୋଇଥିଲା। ଧାରା ୪୯୮-ଏ ଅନୁଯାୟୀ, ଏଭଳି କ୍ଷେତ୍ରରେ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡା ଦେଶ ହୋଇପାରେ। ଏହା ସହିତ ଜରିମାନା ମଧ୍ୟ ଲାଗୁ କରାଯାଇ ପାରେ।

ତେବେ ଖଣ୍ଡପୀଠ ଜାଣିବାକୁ ପାଇଥିଲେ ଅଭିଯୁକ୍ତ ମହିଳା ଜଣକ ତାଙ୍କ ବୋହୂ ସହିତ ଗୋଟିଏ ଘରେ ରହୁ ନାହାନ୍ତି। ପ୍ରକୃତରେ ମହିଳା ଜଣକ ବିଦେଶରେ ରହୁଥିଲେ। କୋର୍ଟ ଜାଣିବାକୁ ପାଇଥିଲେ ବିବାହିତା ବୋହୂଙ୍କୁ ନିର୍ଯାତନା ଦେଇଥିବା ର କୌଣସି ନିର୍ଦ୍ଦିଷ୍ଟ ବିବରଣୀ ଉପସ୍ଥାପନା ହୋଇନାହିଁ।

Share