Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ଜବାବ ଦେଲେ ମମତା

କୁଚ ବିହାର, ୨।୪ : ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନ୍ୟ ଆସନରୁ ଛିଡ଼ା ହେବାକୁ ଯାଉଛନ୍ତି। କାରଣ ନନ୍ଦିଗ୍ରାମର ଫଳାଫଳ ନେଇ ଚିନ୍ତିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟାକ୍ଷ କରିଥିଲେ। ତୃଣମୂଳକ କଂଗ୍ରେସ ସୁପ୍ରିମୋ ଶୁକ୍ରବାର ଏହାର ଜବାବ ଦେଇଛନ୍ତି।

ମୁଁ ତୁମ ଦଳର ସଦସ୍ୟ ନୁହେଁ ଯେ, ତୁମେ ମୋତେ ଅନ୍ୟ ଆସନରୁ ଛିଡ଼ା ହେବାକୁ ପରାମର୍ଶ ଦେବ। ମୁଁ ନନ୍ଦିଗ୍ରାମ ଆସନରୁ ଲଢ଼ିଛି ଓ ବିଜୟ ହାସଲ କରିବି। ପ୍ରଥମେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ନିୟନ୍ତ୍ରଣରେ ରଖ। ପରେ ଆମକୁ ହାତରେ ରଖିବାକୁ ଉଦ୍ୟମ କରିବ ବୋଲି ଏକ ରାଲିରେ କହିଛନ୍ତି ମମତା।

ଗୁରୁବାର ଆୟୋଜିତ ଏକ ରାଲିରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଦିଦି ଭଓ୍ବାନିପୁର (କୋଲକାତାର ଆସନ) ଛାଡ଼ି ନନ୍ଦିଗ୍ରାମରୁ ଛିଡ଼ା ହେଲେ। ପରେ ଅନୁଭବ କଲେ ନିଜ ଭୁଲ। ବାଧ୍ୟହୋଇ ଦିଦିଙ୍କୁ ୩ ଦିନ ଧରି ନନ୍ଦିଗ୍ରାମରେ କ୍ୟାମ୍ପ ପକାଇବାକୁ ପଡ଼ିଲା। ଦିଦି ଅନ୍ୟ ଆସନରୁ ଛିଡ଼ା ହେଉଥିବା ଶୁଣିବାକୁ ମିଳିଛି। ଏଥିରେ ସତ୍ୟତା ଅଛି କି?

Share