ବରୀ,୧୮।୪:(ଡି.ଏନ.ଏ.) ବରୀ ତହସିଲ ଅଧୀନରେ ଦୀର୍ଘଦିନରୁ ଚାଲିଥିବା ବେଆଇନ ଇଟା ଉପରେ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ା ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଘରୋଇ କାମ ପାଇଁ ଇଟା ତିଆରି କରୁଥିବା ଦର୍ଶାଇ ଏହି ଇଟା ଭାଟି ଚାଲିଥିଲା ା ହେଲେ ଇଟା ଭାଟି ମାଲିକ ପୋଡ଼ା ଇଟାର ବ୍ୟବସାୟ କରୁଥିଲେ ା ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ବରୀ ତହସିଲଦାର ତିଳୋତ୍ତମା ପୃଷ୍ଟି ସୋମବାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ା ତାଙ୍କ ନିର୍ଦ୍ଦେଶରେ ଅଗ୍ନିଶମ ବାହିନୀ ଉକ୍ତ ଇଟାଭାଟିରେ ପାଣି ପକାଇ ନଷ୍ଟ କରିଛନ୍ତି ା ତହସିଲଦାରଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ବରୀ ତହସିଲ ଅଧୀନ ବିଭିନ୍ନ ରାଜସ୍ବ ଗ୍ରାମରେ ବେଆଇନ ଇଟାଭାଟି ଉପରେ ଅଙ୍କୁଶ ଲଗାଯିବ ବୋଲି ସେ କହିଛନ୍ତି ା