ବେଆଇନ ଗୋରୁ ଚାଲାଣ: କଣ୍ଟେନରରୁ ୧୦୨ ଉଦ୍ଧାର

ବାଲେଶ୍ବର ଅଫିସ, ୮।୩: ବାଲେଶ୍ୱର ଜିଲା ଶେରଗଡ଼ ଟୋଲଗେଟ ନିକଟରୁ ବେଆଇନ ଗୋଚାଲାଣ ବେଳେ ରବିବାର ବିଳମ୍ବିତ ରାତିରେ ୨ କଣ୍ଟେନରରୁ ୧୦୨ ଗୋରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଗୋରୁଙ୍କୁ ବାମପଦାସ୍ଥିତ ମା’ ଭାରତୀ ଗୋଶାଳାରେ ରଖାଯାଇଛି।

ପ୍ରକାଶ ଯେ, ରବିବାର ବିଳମ୍ବିତ ରାତିରେ ଏହି ୨ କଣ୍ଟେନର ଗୋରୁ ନେଇ ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ସମ୍ପୃକ୍ତ ୨ କଣ୍ଟେନରକୁ ସେରଗଡ଼ ଟୋଲଗେଟ ନିକଟରେ ସ୍ଥାନୀୟ ଗୋରକ୍ଷକ ସମିତି ସହାୟତାରେ ପୋଲିସ ଅଟକାଇଥିଲା । ଏହାପରେ ସେଠାରୁ ୨ କଣ୍ଟେନରରୁ ୧୦୨ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା । ଏହି ମାମଲାରେ ଖନ୍ତାପଡ଼ା ଥାନାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି।