ବେଆଇନ ଗୋରୁ ଚାଲାଣ: ୮ପିକ୍‌ଅପ୍‌ ଭ୍ୟାନ ଜବତ, ୧୧ ଗିରଫ

ରେମୁଣା,୨୩।୭(ଡି.ଏନ୍‌.ଏ): ବାଲେଶ୍ୱର ଖନ୍ତପଡ଼ା ପୋଲିସକୁ ବଡ଼ ସଫଳତା। ବେଆଇନ ଚାଲାଣ ହେଉଥିବା ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ। ସୂଚନାଯୋଗ୍ୟ, ରେମାଣା ବ୍ଲକ୍‌ ଖନ୍ତପଡ଼ା ଥାନା ଅଧୀନ ସାହାସପୁରାରୁ ପଶ୍ଚିମବଙ୍ଗକୁ ୮ଟି ପିକ୍‌ଅପ୍‌ ଭ୍ୟାନରେ ଗୋରୁ ଚାଲାଣ ପାଇଁ ଯାଉଥିଲା। ସୂଚନା ପାଇ ଗୁରୁବାର ସକାଳେ ପୋଲିସ ଶ୍ରୀଜଙ୍ଗରେ ଉକ୍ତ ଭ୍ୟାନ ଉପରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ଖନ୍ତପଡ଼ା ପୋଲିସ ୮ଟି ପିକ୍‌ଅପ୍‌ ଭ୍ୟାନ ଜବତ କରିବା ସହ ୧୧ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Share