ବିନା ଲାଇସେନ୍ସରେ ବେଆଇନ ମହୁଲ ଫୁଲ ସଂଗ୍ରହ: ପିକ୍‌ଅପ୍‌ ଜବତ, ଜଣେ ଗିରଫ

ଦେବଗଡ଼,୧୨ା୪(ଶଶାଙ୍କ ଶେଖର ଝାଙ୍କର): ବିନା ଲାଇସେନ୍ସରେ ବେଆଇନ ମହୁଲ ସଂଗ୍ରହ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ କ୍ୱିଣ୍ଟାଲ ମହୁଲ ଜବତ କରାଯିବା ସହ ଏଥିରେ ବ୍ୟବହୃତ ଏକ ପିକ୍‌ଅପ୍‌ ଭ୍ୟାନକୁ ଜବତ କରାଯାଇଛି। ସେହିପରି ଜବତ ପିକ୍‌ଅପ୍‌ ଚାଳକଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଦେବଗଡ଼ ଥାନା ଅନ୍ତର୍ଗତ ଧୋବଲିପଥର ଗ୍ରାମରେ ବେଆଇନ ଭାବେ ମହୁଲ ସଂଗ୍ରହ କରାଯାଉଥିବା କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ଼ ମୋବାଇଲ ଅବକାରୀ ଇନ୍ସପେକ୍ଟର ଟେଲେସ୍ଫୋର ଲାକରା ଓ ସବ ଇନ୍ସପେକ୍ଟର ଶଶିକାନ୍ତ ରାଉତ ସେଠାରେ ସଦଳବଳ ଚଢ଼ାଉ କରିବା ସହ ମହୁଲ ସଂଗ୍ରହ କରୁଥିବା ପିକ୍‌ଅପ୍‌ ଭ୍ୟାନ୍‌ (ନଂ-ଓଡି-୧୫-ଆର୍‌-୮୭୪୯)ର ଚାଳକକୁ ପଚରାଉଚରା କରିଥିଲେ। ତେବେ ଚାଳକ ଜଣକ କୌଣସି ସନ୍ତୋଷଜନକ ଉତ୍ତର କିମ୍ବା ମହୁଲ ସଂଗ୍ରହ ସମ୍ପର୍କିତ ବୈଧ କାଗଜପତ୍ର ମଧ୍ୟ ଦେଖାଇ ପାରି ନ ଥିଲା। ଫଳରେ ଅବକାରୀ ବିଭାଗ ଉକ୍ତ ମହୁଲ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ଟିକୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରି ଅବକାରୀ କାର୍ଯ୍ୟାଳୟକୁ ଆଣିଥିଲା। ଗିରଫ ଚାଳକ ଜଣକ ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମର ଲିପୁନ ସାହୁ ବୋଲି ଜଣାପଡ଼ିଛି। ସେହିପରି ଜବତ ମହୁଲର ଓଜନ ୧୦ କ୍ୱିଣ୍ଟାଲ ବୋଲି ଜଣାପଡ଼ିଛି। ଗିରଫ ଚାଳକଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେତେ ରୋଜଗାର କଲେ ଅଣ୍ଟୁ ନାହିଁ କି? ଜାଣନ୍ତୁ କ’ଣ …

ଯେତେ ରୋଜଗାର କଲେ ଅଣ୍ଟୁ ନାହିଁ କି ? ଘରେ ସବୁ ବେଳେ ଦେଖାଯାଉଛି କି ଅଭାବ ତେବେ ନିଶ୍ଚୟ ଜାଣନ୍ତୁ ଏ ବିଷୟରେ। ଆର୍ଥିକ...

କରୀନାଙ୍କ ଆଗାମୀ ପ୍ରୋଜେକ୍ଟ ‘ଦାୟରା’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ତାଙ୍କ ନୂତନ ପ୍ରୋଜେକ୍ଟ ସମ୍ପର୍କରେ ସୋମବାର ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ଆଗାମୀ ଦିନରେ ସେ ଫିଲ୍ମ ନିର୍ମାତା ତଥା...

ଏନଏସି ହେବ ଜଗନ୍ନାଥପ୍ରସାଦ ପଞ୍ଚାୟତ: ଘୋଷଣା କଲେ ବିଧାୟକ

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ପଂଚାୟତ (ବ୍ଲକ ମୁଖ୍ୟ କାର୍ଯ୍ୟାଳୟ)କୁ ଏନଏସିରେ ପରିଣତ କରାଯିବ। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଖୁବଶୀଘ୍ର ରାଜ୍ୟ ସରକାର...

ଖାଲି ପେଟରେ ଏମିତି ଖାଆନ୍ତୁ ଭୃଶଙ୍ଗ ପତ୍ର:୫ ରୋଗରୁ ମିଳିବ ମୁକ୍ତି

ଅଧିକାଂଶ ଲୋକ ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ଭୃଶଙ୍ଗ ପତ୍ର ବ୍ୟବହାର କରନ୍ତି। କିନ୍ତୁ ଆୟୁର୍ବେଦିକ ଦୃଷ୍ଟିକୋଣରୁ ଏହାର ଅନେକ ସ୍ବାସ୍ଥ୍ୟ ଲାଭ ଅଛି। ଏହାକୁ...

EDର ସମନ ପାଇ ହାଜର ହେବାକୁ ଚାଲି ଚାଲି ପଳାଇ ଆସିଲେ ରବର୍ଟ ଭଦ୍ରା!

ନୂଆଦିଲ୍ଲୀ,୧୫।୪: ଜମି କାରବାର ମାମଲାରେ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ଏବଂ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ଦ୍ୱିତୀୟ ଥର ପାଇଁ ପଚରାଉଚରା ପାଇଁ ପ୍ରବର୍ତ୍ତନ...

ଅଙ୍ଗ ତସ୍କରୀ ପାଇଁ ପିଲା ଚୋରି: ମହିଳାଙ୍କ ସହ ଅପହରଣ କରିଥିବା ଯୁବକ ଗିରଫ

ଭୁବନେଶ୍ୱର,୧୫।୪: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି।...

ଯୁବକଙ୍କ ଉନ୍ମତ୍ତକାଣ୍ଡ: ଧରି ନିର୍ଧୁମ ଛେଚିଲେ ଲୋକେ

ବଲାଙ୍ଗୀର,୧୫ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରୁ ପୁଣି ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସହରରେ ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଯୁବକ ଜଣକ...

‘ଯୁବତୀ ଜାଣିଶୁଣି ଘରୁ ଚାଲିଯାଇଥିଲେ ଆଉ ରଖିଥିଲେ ଶାରିରୀକ ସମ୍ପର୍କ’, POCSO ମାମଲାରେ ଜେଲରେ ଥିବା ଯୁବକଙ୍କୁ ମୁକ୍ତ କଲେ କୋର୍ଟ

ମୁମ୍ବାଇ,୧୫।୪: ବମ୍ବେ ହାଇକୋର୍ଟ POCSO ମାମଲାରେ ତିନି ବର୍ଷ ଜେଲରେ ଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କୁ ମୁକ୍ତ କରିଛନ୍ତି। ଯୁବକଙ୍କୁ ମୁକ୍ତ କରିବା ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image