ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ : ମିଳୁଥିବା ସାର୍ଟିଫିକେଟ କାମରେ ଲାଗୁନି

କେନ୍ଦ୍ରାପଡ଼ା ଅଫିସ, ୧୮।୧୨: ବୈଷୟିକ ଶିକ୍ଷା ପ୍ରତି ଯୁବତୀ ଯୁବକଙ୍କ ମଧ୍ୟରେ ଏବେ ଆକର୍ଷଣ ବଢୁଛି। କମ୍ପ୍ୟୁଟର ବିନା କାର୍ଯ୍ୟ କରିବା ଅସମ୍ଭବ ହେଉଛି। ଯୁବପିଢ଼ିଙ୍କ ପାଇଁ ଏହି ଶିକ୍ଷାର ଆବଶ୍ୟକତା ରହିଛି। ଏହାର ସୁଯୋଗ କେତେକ ଜାଲ ସଂସ୍ଥା ନେଉଛନ୍ତି। ଏହି ସଂସ୍ଥା ବିଭିନ୍ନ ସ୍ଥାନରେ ତାଲିମ କେନ୍ଦ୍ର ଖୋଲି ଜାଲ ସାର୍ଟିଫିକେଟ ବାଣ୍ଟୁଛନ୍ତି। ଫଳରେ ଛାତ୍ରୀଛାତ୍ରମାନେ ଠକାମିର ଶିକାର ହେଉଛନ୍ତି। ଚାକିରି ପାଇଁ ଏହି ସାର୍ଟିଫିକେଟକୁ ଦେଖାଇଲେ ତାହା ଜାଲ ବୋଲି କୁହାଯାଉଛି।
କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ସାନମଙ୍ଗର ବୈଲୋଚନ ଦାସ ୮ ଦିନ ପୂର୍ବେ ଏପରି ଏକ ଘଟଣାର ଶିକାର ହୋଇଛନ୍ତି। ଜିଲାରେ ଥିବା ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ତନଖି କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଜିଲାପାଳଙ୍କୁ ଗୁରୁବାର ଦାବିପତ୍ର ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱରର ଏକ ତାଲିମ କେନ୍ଦ୍ରରୁ ପିଜିଡିସିଏ କୋର୍ସ କରିଛନ୍ତି। ପାସ କରିଥିବା ସାର୍ଟିଫିକେଟ ସମ୍ପୃକ୍ତ ସଂସ୍ଥା ପରୀକ୍ଷା ପରେ ଦେଇଛନ୍ତି। ତେବେ ୧୦ ଦିନ ତଳେ ହାଇଦ୍ରାବାଦକୁ କର୍ମନିଯୁକ୍ତି ପାଇଁ ଯାଇଥିବା ବେଳେ ପିଜିଡିସିଏ ପ୍ରମାଣପତ୍ର ଦେଖାଇଥିଲି। ସେଠାରେ ଏହାର ବୈଧତା ନେଇ ପ୍ରଶ୍ନ ଉଠାଯିବା ସହ ପଦବୀ ପାଇଁ ଅଯୋଗ୍ୟ ଘୋଷିତ କରାଯାଇଛି। ସୂଚନା ଅଧିକାର କର୍ମୀ ଅଶେଷ କୁମାର ଖଟୁଆ କୁହନ୍ତି, ୨୦୧୭ରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗକୁ ଏ ନେଇ ଏକ ପ୍ରଶ୍ନ କରାଯାଇଥିଲା। ଏଥିରେ ରାଜ୍ୟରେ ପିଜିଡିସିଏ ପରିଚାଳନା ପାଇଁ ଅନୁମତି ପାଇଥିବା ସଂସ୍ଥା ଅଥବା ଶିକ୍ଷାନୁଷ୍ଠାନର ନାମ ପ୍ରକାଶ ପାଇଁ ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନ କରାଯାଇଥିଲା। ଏ ବର୍ଷ ଅଗଷ୍ଟ ୧ରେ ମିଳିଥିବା ତଥ୍ୟ (ପତ୍ରସଂଖ୍ୟା-୨୮୭୨୨)ରେ ରାଜ୍ୟର ମାତ୍ର ୧୩ଟି ଶିକ୍ଷା ଅନୁଷ୍ଠାନକୁ ମଞ୍ଜୁରୀ ମିଳିଛି। ଏହି ତଥ୍ୟକୁ ତର୍ଜମା କଲେ ରାଜ୍ୟ ସରକାରଙ୍କ ନଜର ଆଢୁଆଳରେ ୧୦ରୁ ଅଧିକ ଜାଲ ସଂସ୍ଥା ନିଜର ନେଟ୍‌ୱର୍କ ରାଜ୍ୟ ସାରା ବିଛାଇଛନ୍ତି। ଏ ସଂସ୍ଥାଗୁଡ଼ିକ କେନ୍ଦ୍ରାପଡ଼ା ଜିଲାରେ ୩୦ରୁ ଅଧିକ ସ୍ଥାନରେ ତାଲିମ କେନ୍ଦ୍ର ଖୋଲିଛନ୍ତି। ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ବୈଷୟିକ କ୍ଷମତା ବୃଦ୍ଧିକୁ ପ୍ରାଧାନ୍ୟ ଦେଉଛନ୍ତି। ସ୍କିଲ ଇଣ୍ଡିଆ, ସ୍କିଲ ଓଡ଼ିଶାରେ ଯୁବବର୍ଗ ସାମିଲ ହୋଇ ଦେଶ ଓ ରାଜ୍ୟକୁ ଆଗେଇ ନେବାକୁ ସଚେତନତା ସୃଷ୍ଟି କରୁଛନ୍ତି। ଏ ନେଇ ସରକାରଙ୍କ ଅନୁଦାନ ବହୁଳ ଭାବେ ଖର୍ଚ୍ଚ ହେଉଛି। ତେବେ ତୃଣମୂଳସ୍ତରରେ ଯୋଜନାର କାର୍ଯ୍ୟକାରିତା ଓ ତନଖି ପାଇଁ ଅଦ୍ୟାବଧି ଉପଯୁକ୍ତ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇନାହିଁ। ଏହାର ସୁଯୋଗ ନେଇ କେତେକ ଜାଲ ସଂସ୍ଥା ଓ ବ୍ୟକ୍ତି ବିଶେଷ ନାମକୁମାତ୍ର ଶିକ୍ଷାକେନ୍ଦ୍ର ଖୋଲି ସାର୍ଟିଫିକେଟ ବିକ୍ରି କରୁଛନ୍ତି। ସେହିପରି ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କୁହନ୍ତି, ଦେଶ ସ୍ବାଧୀନତାର ଅବଧି ପୂର୍ବରୁ ଶିକ୍ଷାର ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଏକ ମୌଳିକ ସେବା ଓ ଅଧିକାର ହୋଇଛି। ତେବେ କେତେକ ଘରୋଇ ସଂସ୍ଥା ସେବା ବଦଳରେ ଅର୍ଥ ଉପାର୍ଜନ ପାଇଁ ଆକର୍ଷଣୀୟ ବିଜ୍ଞାପନ ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ଭ୍ରମିତ କରୁଥିବା ଦେଖାଯାଉଛି। ଏପରିକି କେତେକ ଘରୋଇ ଶିକ୍ଷାନୁଷ୍ଠାନ ବୈଧତା ନ ଥାଇ ପ୍ରମାଣପତ୍ର ଯୋଗାଉଥିବାରୁ ଯୁବବର୍ଗ ଠକାମିର ଶିକାର ହେଉଛନ୍ତି। ଜିଲାରେ ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ସମ୍ପର୍କରେ ଉପଜିଲାପାଳ ଜ୍ୟୋତି ଶଙ୍କର ମହାପାତ୍ର କହିଛନ୍ତି, ଅଭିଯୋଗକାରୀ ବୈଲୋଚନ ଭୁବନେଶ୍ୱରର ଏକ ତାଲିମକେନ୍ଦ୍ରର ପ୍ରମାଣପତ୍ର ପାଇଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏହି ସଂସ୍ଥାର କୌଣସି ଶାଖା ନାହିଁ। ତେବେ ଏପରି ବେଆଇନ ଶିକ୍ଷାନୁଷ୍ଠାନର ତନଖି କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରୁମରେ ମହିଳା ବିଚାରପତିଙ୍କୁ ଧମକ

ନୂଆଦିଲ୍ଲୀ, ୨୧।୪:ଦିଲ୍ଲୀର ଏକ ଅଦାଲତର କୋର୍ଟରୁମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ଓକିଲ ସର୍ବ ସମ୍ମୁଖରେ ମହିଳା ବିଚାରପତିଙ୍କୁ ଧମକ ଦେବା...

ପିଅନ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ପିଏଚ୍‌.ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୧।୪:ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

କନିଷ୍ଠ ଯନ୍ତ୍ରୀଙ୍କୁ ଛାଡୁନି ଚୌକି ମୋହ: ବଦଳି ଆଦେଶକୁ ବେଖାତିର୍‌

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟାଳୟରେ ଅନେକ ଅଧିକାରୀ, କର୍ମଚାରୀ ଦୀର୍ଘବର୍ଷ ଧରି ଅବସ୍ଥାପିତ ରହିଛି। ସମ୍ପୃକ୍ତ କାର୍ଯ୍ୟାଳୟରେ ସେମାନଙ୍କ ଚୌକି...

ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ: ଆମକୁ ପରିଚୟ ଦିଅନ୍ତୁ

ପଟ୍ଟାଙ୍ଗୀ,୨୧।୦୪(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ପୁଣି ଦେଖା ଦେଇଛି ସଙ୍ଗିନୀ ପରିସ୍ଥିତି। ସୂଚନା ମୁତାବକ ଉକ୍ତ...

ଫାର୍ମପଣ୍ଡ ଖନନ ନାମରେ ଟଙ୍କା ଆତ୍ମସାତ୍‌ ଘଟଣା: ତଦନ୍ତର ୨ମାସ ବିତିଲା, କାର୍ଯ୍ୟାନୁଷ୍ଠାନ ଶୂନ

ନୂଆପଡ଼ା,୨୧ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଠିକପାଲି ପଞ୍ଚାୟତ ବାବୁପାଲି ଗାଁରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଫାର୍ମପଣ୍ଡ (ଚହଲା) ଖନନ କରାଯାଇଛି। ସେଥିରୁ ଗୋଟିଏ ଚହଲାକୁ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ...

ପରିବାରକୁ ମିସ୍‌ କରୁଛନ୍ତି ତହଉର: NIA ସ୍ବତନ୍ତ୍ର କୋର୍ଟରେ ଆବେଦନ

ମୁମ୍ବାଇ,୨୧।୪: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତହଉର ରାଣା ଭାରତ ଆସିବା ପରେ ତାଙ୍କ ପରିବାରକୁ ମିସ କରିବା ଆରମ୍ଭ କରିଛି। ସେ ତାଙ୍କ ପରିବାର...

ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image