କନ୍ଧମାଳରୁ ବେଆଇନ ଗୋଚାଲାଣ: ଉଦ୍ଧାର କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୬।୩ (ବାବୁଲା ପ୍ରଧାନ): ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲାରୁ ଶତାଧିକ ଗାଈ, ଗୋରୁ ବେନିୟମ ଭାବେ ଗଞ୍ଜାମ ଜିଲା ବେଲଗୁଣ୍ଠା ହାଟ କିମ୍ବା ଅନ୍ୟ ଜିଲାକୁ ଚାଲାଣ ହେଉଥିଲା। ଏହି ସମୟରେ ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ବେଡିଗୋବା ଠାରେ ନାମ ଯଜ୍ଞ ଦେଖି ଫେରୁଥିବା କିଛି ସାଧୁ ସନ୍ଥ ଗାଈ ଗୋରୁ କୁଆଡେ ଚାଲାଣ ହେଉଛି ବୋଲି ଚାଲାଣକାରୀଙ୍କୁ ପଚାରିଥିଲେ । ଏହାପରେ ଗୋ ଚାଲାଣକାରୀ ମାନେ ଭୟରେ ସେଠୁ ଅନ୍ଧାର ରାତିର ସୁଯୋଗ ନେଇ ଫେରାର ହୋଇଯାଇଥିଲେ। ଏହାପରେ ସାଧୁ ସନ୍ଥ ମାନେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କୁ ସୂଚନା ଦେଇଥିଲେ । ଥାନା ଅଧିକାରୀ ଜେନାଙ୍କ ସମେତ ଏଏସ ଆଇ ସୁଶାନ୍ତ ପଟ୍ଟନାୟକ, ଗୃହରକ୍ଷୀ ପି. ହେମନ୍ତ ରାଓ ପ୍ରମୁଖ ନିଧିଆପଲ୍ଲୀ ଛକରେ ପହଞ୍ଚି ଗାଈ ଗୋରୁ ଗୁଡିକୁ ଉଦ୍ଧାର କରିଥିଲେ। ଭଞ୍ଜନଗର ପୋଲିସ ଏବଂ ସାଧୁ ସନ୍ଥ ମାନେ ଏକ ବଡ଼ ଧରଣର ବେନିୟମ ଗୋ ଚାଲାଣକୁ ରୋକିବାରେ ସଫଳ ହୋଇଛନ୍ତି । ଅପରପକ୍ଷେ ଏତେ ଗୁଡ଼ିଏ ଗାଈ ଗୋରୁଙ୍କୁ ରଖିବା ପାଇଁ ବୁଗୁଡ଼ା ନିକଟସ୍ଥ କରଚୁଲିର ଏକ ଆଶ୍ରମକୁ ରବିବାର ସକାଳେ ନିଆ ଯାଉଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ୍‌ ବିଛାଇ ଠିକାଦାର ଫେରାର, ଜଳକଷ୍ଟ ଭୋଗୁଛନ୍ତି ସାମନ୍ତରାପୁରବାସୀ

ଛତ୍ରପୁର,୨୧ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧିନସ୍ଥ ଭିକାରୀପଲୀ ପଞ୍ଚାୟତର ସାମନ୍ତରାପୁରରେ ପାନୀୟ ଜଳ ମୁଖ୍ୟ ସମସ୍ୟା। ବିଶେଷକରି ଗ୍ରୀଷ୍ମ ରୁତୁରେ ଏହି ସମସ୍ୟା...

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା ବିମାନବନ୍ଦରରେ କ୍ରାଇମବ୍ରାଞ୍ଚର ଖୋଳତାଡ଼ ଆରମ୍ଭ

ଝାରସୁଗୁଡ଼ା,୨୧।୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଟିମ୍‌ ଶୁକ୍ରବାର ଚତୁର୍ଥ ଦିନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ଖୋଳତାଡ଼ ଆରମ୍ଭ...

ପୁସ୍ତକରେ ପ୍ରତିଫଳିତ ହେଲା ବିଭୁ ଚେତନା

ପାଟଣା,୨୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମୁଖ୍ୟାଳୟରେ ଗୁରୁବାର ରାତିରେ ବର୍ଷୀୟାନ କବୟିତ୍ରୀ ନକ୍ଷେତ୍ରମାଳା ମିଶ୍ରଙ୍କ ‘ସମର୍ପଣ’ କବିତା ପୁସ୍ତକ ଉନ୍ମୋଚିତ ହୋଇଛି। ଏଥିରେ...

୨୬ଘଣ୍ଟା ପରେ ଅନଶନ ଭାଙ୍ଗିଲେ ସମବାୟ ସମିତି ବୋର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡ଼ି,୨୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବୃହଦାଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟମାନେ ବିଭିନ୍ନ ଦାବି ନେଇ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର...

ଯୋଗାଣ ନିରୀକ୍ଷକ ଲାଞ୍ଚ ନେବା ଭିଡ଼ିଓ ଭାଇରାଲ୍‌ ଘଟଣା: ଉପଜିଲାପାଳଙ୍କୁ ତଦନ୍ତ ତିପୋର୍ଟ ପ୍ରଦାନ

ଛତ୍ରପୁର, ୨୧।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ପାତ୍ରପୁର ବ୍ଲକର ଯୋଗାଣ ନିରୀକ୍ଷକଙ୍କ ଲାଞ୍ଚ ନେବା ଏକ ଭିଡ଼ିଓ ରେକର୍ଡିଙ୍ଗ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।...

ଅତିରିକ୍ତ ଜିଲାପାଳଙ୍କୁ ଭାଜପା ଜିଲା ସଭାପତିଙ୍କ ଦୁର୍ବ୍ୟବହାର ଅଭିଯୋଗ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଅତିରିକ୍ତ ଜିଲାପାଳ (ଏଡିଏମ୍‌) ନିହାର ରଞ୍ଜନ କହଁରଙ୍କୁ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ...

ଜିଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ମେଳା: ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

କର୍ଲାମୁଣ୍ଡା,୨୧।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପ୍ୟାରେଡ଼ ପଡିଆଠାରେ ଜିଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲା...

ବିନା ସେଫ୍ଟିରେ ଚାଲିଛି ପାଣି ଟାଙ୍କି ନିର୍ମାଣ

ଗଞ୍ଜାମ,୨୧ା୩(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଓ ୧୨ ଦାମୋଦରପୁର କାଳୀମନ୍ଦିରସ୍ଥିତ କଲେଜ ରୋଡ୍‌ଠାରେ ବହୁ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image