Advertisement

ବେଆଇନ ଜଙ୍ଗଲ କାଟି ମକାଚାଷ, ୨ ଜଣଙ୍କୁ ୧୫ ହଜାର ଟଙ୍କା ଲେଖାଏ ଜରିମାନା

କୋକସରା,୧୫ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଅମପାଣି ବିରିମୁହାଣ ଜଙ୍ଗଲରେ ଟ୍ରାକ୍ଟର ଲଙ୍ଗଲ କରୁଥିବା ସମୟରେ ବନବିଭାଗ, ଟ୍ରାକ୍ଟର ଜବତ କରିବା ସହ ୧୫ ହଜାର ଟଙ୍କା ଲେଖାଏ ଦୁଇ ଜଣକୁ ଜରିମାନା କରିଥିବା ସୂଚନା ମିଳିଛି। ଦୁଇ ଜଣ ହେଲେ ନବରଙ୍ଗରପୁର ଜିଲା ଝରିଗାଁ ଥାନା ସାହେବଗୁଡ଼ା ଗାଁର ଜୟଦେବ ଭତରା (୨୭) ଓ ଯୋଗେନ୍ଦ୍ର ପୂଜାରୀ (୨୩) ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ନବରଙ୍ଗପୁର ଜିଲାରୁ ଆସି ସାହଜଖୋଲ ସଂରକ୍ଷିତ ଜଙ୍ଗଲରେ ଥିବା ବିଭିନ୍ନ ଅଞ୍ଚଳରେ ଜଙ୍ଗଲ କାଟିବା ସହ ବଙ୍ଗାଳି, ବିହାରୀମାନଙ୍କ ସାହାଯ୍ୟରେ ମକାଚାଷ କରି ହଜାର ହଜାର ହେକ୍ଟର ଜଙ୍ଗଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଏନେଇ ଆମପାଣି ବନପାଳ ମନୀଷା ପଟ୍ଟନାୟକ ଏକ ଟିମ୍‌ ସହ ପହଞ୍ଚି ଟ୍ରାକ୍ଟର ଜବତ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel