କେନ୍ଦୁଝର,୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ କିଆପଡ଼ା ଗ୍ରାମ ନିକଟ ବୈତରଣୀ ନଦୀରୁ ବ୍ୟାପକ ବାଲି ଚୋରାଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଧରପଗଡ଼ ହେଉ ନ ଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ବାଲି ଚାଲାଣ କରି ବିଭିନ୍ନ ଅଞ୍ଚଳକୁ ଯାଉଥିଲେ ହେଁ ରାଜସ୍ବ କିମ୍ବା ପୋଲିସ ବିଭାଗ ଚୁପ୍ ବସିଛି। ଏବେ ଉକ୍ତ ନଦୀ କୂଳରେ ଓ ପାଖ ଗ୍ରାମରେ ବହୁ ପରିମାଣରେ ବାଲି ଜମା ରହିଥିବାରୁ ଚଢ଼ାଉ କରି ଜବତ କରିବାକୁ ଦାବି ହେଉଛି। ଏନେଇ ଜିଲାପାଳ ଆଶିଷ ଠାକରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।