ସରକାରୀ ଜମିରେ ବେଆଇନ କ୍ରଶର

ଯାଜପୁର,୨୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ବେଆଇନ କ୍ରଶର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ଏପରି କି ଜଳସେଚନ ଓ ପୂର୍ତ୍ତ ବିଭାଗ, ଜଙ୍ଗଲ ଜମି, ପାହାଡ଼ କିସମ ଓ ଅନାବାଦୀ ଜମିକୁ କବ୍‌ଜା କରିବାକୁ କ୍ରଶର ବ୍ୟବସାୟୀମାନେ ପଛାଉ ନାହାନ୍ତି।  ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଧର୍ମଶାଳା ତହସିଲ ପାଇକରାପୁର ଗ୍ରାମର ଖାତା ନମ୍ବର ୨୫୨ ଓ ପ୍ଲଟ ନମ୍ବର-୧ରେ ଥିବା ପୂର୍ତ୍ତ ଓ ଜଳ ସେଚନ ବିଭାଗର ମୂଲ୍ୟବାନ ଜମିରେ ଚାଲିଥିବା ମାରୁତି ଷ୍ଟୋନ ପ୍ରଡକ୍ଟ ଏଣ୍ଡ ସପ୍ଲାୟର୍ସ ଷ୍ଟୋନ କ୍ରଶର। ଏ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏହାପରେ ବୁଧବାର ଯାଜପୁର ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ରାଜ୍ୟ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଆଲୋକ କୁମାର କର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ଜରୁରୀ ମନେ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶରେ ପରାମର୍ଶ ଦିଆଯାଇଛି।
ଜିଲାର ଦର୍ପଣ, ଧର୍ମଶାଳା ଓ ଦାନଗଦି ତହସିଲ ଅଞ୍ଚଳରେ ବେଆଇନ କ୍ରଶରଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୫ ଜୁନ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।  ଏହି ନିର୍ଦ୍ଦେଶ ବଳରେ ଶତାଧିକ କ୍ରଶର ଉପରେ ଗତ ପ୍ରାୟ ୯ ବର୍ଷ ହେବ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଶତାଧିକ କ୍ରଶର ସିଲ୍‌ କରାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ ପରବର୍ତ୍ତୀ ସମୟରେ ସେହି କ୍ରଶରଗୁଡ଼ିକ ପୁଣି ଚାଲୁଛି। ଶ୍ରମିକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି କ୍ଲଷ୍ଟର ଆକାରରେ ଜିଲାର ୪ଟି ସ୍ଥାନରେ ସିଲ୍‌ କରାଯାଇଥିବା କ୍ରଶର ୟୁନିଟଗୁଡିକୁ ପୁନଃ ସ୍ଥାପନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିସକାଶେ ଇଡ୍‌କୋ ପକ୍ଷରୁ କ୍ଲଷ୍ଟର ନିର୍ମାଣ ହୋଇ ସାରିଛି। କିନ୍ତୁ ଏଯାଏ କ୍ଲଷ୍ଟର ୟୁନିଟ୍‌ କାର୍ଯ୍ୟକାରୀ ହୋଇ ପାରିନାହିଁ।  ଫଳରେ ଜାତୀୟ ରାଜପଥ ଓ ଜନବସତି ରାସ୍ତାକଡ଼ରେ କ୍ରଶରଗୁଡ଼ିକ ଅହରହ ଚାଲିଥିବାରୁ ପ୍ରଦୂଷଣ ସମସ୍ୟା ଉକତ୍ଟ ହେଉଛି। ଅଭିଯୋଗ ଅନୁସାରେ ଜଳ ସମ୍ପଦ ବିଭାଗର କ୍ଷୁଦ୍ର ଜଳସେଚନ ସରକାରୀ ଜମିରେ ମାରୁତି ଷ୍ଟୋନ ପ୍ରଡକ୍ଟ ଏଣ୍ଡ ସପ୍ଲାୟର୍ସ ଷ୍ଟୋନ କ୍ରଶର ଦୀର୍ଘ ୧୦ ବର୍ଷ ହେଲା ଚାଲିଛି। ସରକାରୀ ଜମିରେ ଚାଲିଥିବା ଏହି ଷ୍ଟୋନ କ୍ରଶରକୁ ୨୦୧୮ରେ ଏନ୍‌ଓସି ପ୍ରଦାନ କରାଯାଇଛି। ଏହି କ୍ରଶର ଦ୍ୱାରା ପାଇକରାପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରେ ଥିବା ପାହାଡ଼ରୁ ଲକ୍ଷାଧିକ ଟ୍ରିପ୍‌ କଳାପଥର ଲୁଟ୍‌ ହେଉଛି। ଫଳରେ ପାହାଡ଼ରେ ପୋଖରୀ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ପାହାଡ଼ର ପାଣି ଏଥିଯୋଗୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଯାଇ ପାରୁନାହିଁ। ଯଦ୍ୱାରା ଉକ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଆବଶ୍ୟକ ପାଣି ଅଭାବରୁ ଚାଷୀଙ୍କ ଜମିରେ ପାଣି ମାଡୁନାହିଁ। କ୍ଷୁଦ୍ର ଜଳସେଚନ ବିଭାଗର କେତେଜଣ ଅଧିକାରୀ ଏହି କ୍ରଶର ମାଲିକଙ୍କଠାରୁ ମାସିକିଆ ଚାନ୍ଦା ନେଇ ଆଖି ବୁଜି ଦେଇଛନ୍ତି। ଏହାସହ ବେଆଇନ ବ୍ଲାଷ୍ଟିଂ ଓ ପରିବହନ ଯୋଗୁ ପ୍ରଦୂଷଣ ଉତ୍କଟ ହେଉଛି। ଏହି କ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଏବଂ ଜିଲା ପ୍ରଶାସନ କିଭଳି ସରକାରୀ ଜମିରେ କ୍ରଶରକୁ ଏନ୍‌ଓସି ପ୍ରଦାନ କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଥାନାରେ ଏତଲା ରୁଜୁ କରି ସରକାରୀ ଜମି ଉଦ୍ଧାର କରିବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମେଣ୍ଟ ମରାକୁ କେନ୍ଦ୍ରକରି ତୁମୁଳକାଣ୍ଡ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ହିଞ୍ଜିଳିକାଟୁ,୨୧।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣାସାହିରେ ଥିବା ଏକ...

ଶିବ ମନ୍ଦିର ଦାନ ବାକ୍ସ ଭାଙ୍ଗି ଲୁଟିନେଲେ ଚୋର

କୋକସରା,୨୧ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା କୁସୁମଖୁଣ୍ଟି ନୀଳକଣ୍ଠେଶ୍ୱର ଶିବ ମନ୍ଦିର ମୁଖ୍ୟ ଗେଟ ଗ୍ରୀଲ ଭାଙ୍ଗି ଚୋରି ଅଭିଯୋଗ ହୋଇଛି। ଗୁରୁବାର...

ଶୁକ୍ରବାର ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ୱର,୨୧।୧୧: ଭରତପୁର ଥାନା ଅଧୀନ ଖଣ୍ଡଗିରିବାରି ଅଞ୍ଚଳରେ ଥିବା ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କି ଅବତାର କହି ପାଦ ଉପରେ ତୁଳସୀ ଥୋଇ ପୂଜା...

ହାତୀ ଆକ୍ରମଣରେ ୨ ପାରା ୱାଚର ଗୁରୁତର

ରେଢ଼ାଖୋଲ୨୧।୧୧: ସମ୍ବଲପୁର ଜିଲା ରେଢ଼ାଖୋଲ ବଡ଼ବାହଲ ରେଞ୍ଜ ରତ୍ନାବଡ଼ମାଲ ଗାଁ ନିକଟରେ ଗୁରୁବାର ଏକ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ୨ଜଣ ପାରା ୱାଚର ଗୁରୁତର...

ଜଳିଗଲା ଇଲେକ୍ଟ୍ରିକାଲ ଦୋକାନ

କଟକ,୨୧।୧୧: କଟକ ମଣି ସାହୁ ଛକରେ ଥିବା ଏକ ଇଲେକ୍ଟ୍ରିକାଲ ସଂରଞ୍ଜାମ ମରାମତି ଦୋକାନରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ମରାମତି ପାଇଁ...

ପିଇବା ପାଣିକୁ ନେଇ ମହାଭାରତ: ୨ ମାମଲା ରୁଜୁ

ଧରାକୋଟ,୨୧।୧୧: ଗଞ୍ଜାମ ଜିଲା ଧରାକୋଟ ଥାନ ଅନ୍ତର୍ଗତ ନନ୍ଦିଗୋର ଗ୍ରାମରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ଆସୁଥିବା ପାଣି ଓ ଭଙ୍ଗା ଟେପ୍‌କୁ ନେଇ ଉଭୟ ପଡୋଶୀଙ୍କ...

ଚାଷଜମିରେ ପାଣି ମଡ଼ାଇବାକୁ ନେଇ ହତ୍ୟା: ୨ ଗିରଫ

ଧରାକୋଟ,୨୧ା୧୧: ଗାଁ କୋଠ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଗତ ନଭେମ୍ବର ଦୁଇ ତାରିଖରେ ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମରେ ଯୁଧିଷ୍ଠିର ଗୌଡ଼ଙ୍କ...

ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ମାମଲା: ଜେଲ ଗଲେ ୧୦ ଅଭିଯୁକ୍ତ

ଯାଜପୁର,୨୧।୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଗୁରୁବାର ୧୦ଜଣଙ୍କୁ ଗିରଫ କରିଛି। ପୋଲିସ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଯାଜପୁର ଏସ୍‌ଡିଜେଏମ୍‌ କୋର୍ଟରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri