ବଲାଙ୍ଗୀର ଅଫିସ,୧ା ୩: ବଲାଙ୍ଗୀର ସହରର ବେସରକାରୀ ସ୍କୁଲଗୁଡିକରେ ବେଆଇନ ଫି’ ଆଦାୟକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ା ନିର୍ଦ୍ଧାରିତ ଫି’ ଠାରୁ ବେଆଇନ ଭାବେ ଅଧିକ ଫି ଆଦାୟ କରାଯାଉଛି। ସରକାରୀ ନିୟମକୁ ପାଳନ କରାଯାଉ ନଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ବେଖାତିର କରାଯାଉଛି। ଶିକ୍ଷା ଏକ ମୌଳିକ ଅଧିକାର ହୋଇଥିବା ବେଳେ ସ୍କୁଲ କର୍ତ୍ତୁପକ୍ଷଙ୍କ ଶୋଷଣ ନୀତି ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇଛନ୍ତି ଓଡିଶା ଅଭିଭାବକ ମହାସଂଘର ବଲାଙ୍ଗୀର ଶାଖା ା ଏ ନେଇ ସୋମବାର ସଂଘ ପକ୍ଷରୁ ଜିଲାପାଳ ଚଞ୍ଚଳ ରାଣାଙ୍କୁ ସାକ୍ଷାତକରି ଅଭିଯୋଗ କରାଯିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହ ଉକ୍ତ ସ୍କୁଲ କର୍ତ୍ତୁପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଟାଉନ ଥାନାରେ ମଧ୍ୟ ଲିଖିତ ଭାବେ ଜଣାଯାଇଛି।
Posted inଆମ ଜିଲା ଖବର, ସମ୍ବଲପୁର