ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ଗଞ୍ଜାମ,୨୨ା୧୧(ବିଦ୍ୟାଧର ସାହୁ): ଚିଲିକାରେ ବ୍ୟାପକ ଭାବେ ବେଆଇନ ଚିଙ୍ଗୁଡ଼ି ଘେରି ରହିଥିବା ଦୀର୍ଘଦିନ ଧରି ଅଭିଯୋଗ ହୋଇଆସୁଛି। ଯାହାକୁନେଇ କେଉଁ ଆବାହନ କାଳରୁ ଚିଲିକାରେ ମାଛ ମାରି ଜୀବିକା ନିର୍ବାହ କରି ଆସୁଥିବା ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବିକା ନିର୍ବାହ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଆସୁଛି l ଯାହାକୁନେଇ ପ୍ରଶାସନ ତରଫରୁ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଥିଲା। ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗୌରାଙ୍ଗପାଟଣା ନିକଟସ୍ଥ ଚିଲିକାରେ ଘେରି ଉଚ୍ଛେଦ କରାଯାଇଥିଲା। ଏଥିସହିତ ଗୌରାଙ୍ଗ ପାଟଣାଠାରୁ ପାଲୁରୁ ସାହେବ କେନାଲରେ ମଧ୍ୟ କେନାଲକୁ ବେଆଇନ ଭାବେ ଅବରୋଧ କରି ରଖାଯାଇଥିବା ଜାଲ ବାଡ଼କୁ ମଧ୍ୟ ପ୍ରଶାସନ ଉଚ୍ଛେଦ କରିଥିଲା। ଉଚ୍ଛେଦ ସମୟରେ
ଗଞ୍ଜାମ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଖଲ୍ଲିକୋଟ ତହସିଲଦାର ଶ୍ରୀକୁମାର ରଥ, ଗଞ୍ଜାମ ସୁପରଭାଇଜର କାଞ୍ଚନ ସାହୁ, ହୁମ୍ମା ଆର ଆଇ ସୁଶାନ୍ତ ବେହେରା, ନାଜିର ନଳିନୀକାନ୍ତ ନାହାକ, ରମ୍ଭା ପୋଲିସ ଟିମ୍‌, ଫିସେରୀ ଟିମ୍‌, ରମ୍ଭାର ଏଫ୍‌ଓ ଜ୍ଞାନରଞ୍ଜନ ସୋରେନ ପ୍ରମୁଖଙ୍କ ମିଳିତ ଉଦ୍ୟମରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହୋଇଥିଲା।

Share