ବେଆଇନ ବନ୍ଧୁକ କାରବାର ମାମଲା: ଆଉ ଜଣେ ପେସାଦାର ଅପରାଧୀ ଗିରଫ

କଟକ,୧୭ା୩ (କାର୍ତ୍ତିକ ସାହୁ) ଜଗତପୁର ଥାନା ପୋଲିସ ବେଆଇନ ବନ୍ଧୁକ କାରବାର ମାମଲାରେ ଆଉ ଜଣେ ପେସାଦାର ଅପରାଧିକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଢେଙ୍କନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପ୍ରସାଦ ଗ୍ରାମର ପିଙ୍କୁ ଓରଫ ପ୍ରିୟବ୍ରତ ସାମଲ(୩୨)। ଅଭିଯୁକ୍ତ ନିକଟରୁ ଗୋଟିଏ ବନ୍ଧୁକ ଓ ଗୋଟିଏ କାର (ଓଡି-୦୫-ଏଏଫ୍‌-୯୧୨୧) ଜବତ କରାଯାଇଛି। ପିଙ୍କୁ ଜଣେ ପେସାଦାର ଅପରାଧି ହୋଇଥିବା ବେଳେ ଢେଙ୍କାନାଳ ସଦର ଥାନାରେ ତାଙ୍କ ନାମରେ ଏକାଧିକ ମାମଲା ରହିଛି। ଜଗତପୁର ଥାନାରେ ରୁଜୁ ହୋଇଥିବା କେସ୍‌ ନଂ ୧୪୭/୨୦୨୪ରେ ପୂର୍ବରୁ ଗିରଫ ହୋଇଥିବା ପିଣ୍ଟୁ ଓରଫ ପ୍ୟାରୀମୋହନ ଦାଶଙ୍କ ସହଯୋଗୀ ଭାବେ ଚୋରା ବନ୍ଧୁକ କାରବାର ସହ ସମ୍ପୃକ୍ତ ଅଛନ୍ତି। ଏହି କାରବାରର ମୁଖ୍ୟ ପିଣ୍ଟୁ ହୋଇଥିବା ବେଳେ ସେ ପିଙ୍କୁକୁ ମଧ୍ୟ ଏକ ଦେଶୀ ରିଭଲଭର ଦେଇଥିବା ପୋଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ, ଜଗତପୁର ଥାନା ପୋଲିସ ଉପରୋକ୍ତ ମାମଲାରେ ବେଆଇନ ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ତିନି ପେସାଦାର ଅପରାଧିଙ୍କୁ ଗତ ୧୧ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନେ ହେଲେ ଲାଲବାଗ ଥାନା ସେକ ବଜାରର ପ୍ରକାଶ ବେହେରା ଓରଫ ବାବୁଆ (୪୨), ତିର୍ତ୍ତୋଲ ଥାନା ମଙ୍ଗଳା ସାହିର ପ୍ୟାରୀମୋହନ ଦାଶ ଓରଫ ପିଣ୍ଟୁ (୪୧) ଓ ତିର୍ତ୍ତୋଲ ଥାନା କେଉଳୋ ଗ୍ରାମର ମିହିର କୁମାର ରାୟ (୩୯)। ଅଭିଯୁକ୍ତମାନଙ୍କ ନିକଟରୁ ତିନୋଟି ପିସ୍ତଲ ଓ ଗୋଟିଏ ରିଭଲଭର ସହ ବାର ରାଉଣ୍ଡ ଜୀବନ୍ତ ଗୁଳି, ଦୁଇଟି ମୋଟର ସାଇକେଲ ଓ ତିନୋଟି ମୋବାଇଲ ଫୋନ ଜବତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫ ହତ୍ୟାକାରୀ, ୩ ସ୍ଥାନରେ ୧୦ ମିନିଟ୍ କରିଥିଲେ ଗୁଳିବର୍ଷା: ସାମ୍ନାକୁ ଆସିଲା ପହଲଗାମ ଆକ୍ରମଣର ଛାତିଥରା ତଥ୍ୟ

ନୂଆଦିଲ୍ଲୀ,୨୪।୪: ମଙ୍ଗଳବାର ଅପରାହ୍ନରେ ବୈସରଣ ମେଦୋରେ ଘଟିଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ, ଯାହା ୨୬ ଜଣଙ୍କ ଜୀବନ ନେଇଛି, ତା’ର ତଦନ୍ତରୁ ଭୟଙ୍କର ଘଟଣାବଳୀ ସାମ୍ନାକୁ...

Jammu Kashmir Encounter: ପହଲଗାମ ଆଟାକ୍‌ ପରେ ବଡ଼ ଏକନାଉଣ୍ଟର, ଶହୀଦ ହେଲେ ଜଣେ ଭାରତୀୟ ଯବାନ

ନୂଆଦିଲ୍ଲୀ,୨୪।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣପରେ, ଗୁରୁବାର ସକାଳେ ଜମ୍ମୁ ଏବଂ କଶ୍ମୀରର ଉଧମପୁର ଜିଲାର ଡୁଡୁ-ବସନ୍ତଗଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ...

ଭାରତରେ ଆକ୍ରୋଶ; କିନ୍ତୁ ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇ କମିଶନରେ ଉତ୍ସବ ପାଳନ, ମଗାଗଲା କେକ୍‌

ନୂଆଦିଲ୍ଲୀ,୨୪।୪:ଜମ୍ମୁ-କାଶ୍ମୀରର ଅତି ସୁନ୍ଦର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ପରେ ଦେଶରେ ପ୍ରବଳ କ୍ରୋଧ ପ୍ରକାଶ ପାଇଛି। ଦେଶରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ...

ଆଉ ଏକ କଠୋର କାର୍ଯ୍ୟାନୁଷ୍ଠାନ ନେଲା ଭାରତ, ଏବେ ପାକିସ୍ତାନ ସରକାରଙ୍କ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆକ୍ରମଣ ପରେ ଭାରତ ସରକାର ଆଉ ଏକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏବେ ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମର X...

ରାସ୍ତା ପ୍ରଶସ୍ତିକରଣ ପାଇଁ ପାଟଣା ବଜାରରୁ ଉଚ୍ଛେଦ ହେବ ଜବରଦଖଲ

ପାଟଣା,୨୪/।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ଥିକରଣ ସକାଶେ ଜବରଦଖଲ ଉଚ୍ଛେଦ ପାଇଁ ଘୋଷଣା କରିଛି।...

Pahalgam Terror Attack: ଭିଡିଓ ଜାରି କରି ଥରିଲେ ପହଲଗାମ ଆଟାକ୍‌ର ମାଷ୍ଟରମାଇଣ୍ଡ, ମୋଦିଙ୍କୁ କହିଦେଲେ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ କଠୋର ପଦକ୍ଷେପ ନେଇଛି। ଏହାର ପ୍ରଭାବ ଏବେ ଦୃଶ୍ୟମାନ ହେବାରେ ଲାଗିଛି। ଜମ୍ମୁ-କଶ୍ମୀରର...

Jammu And Kashmir Encounter: ବଡ଼ ଆଟାକ୍‌ ପରେ ମୁହାଁମୁହିଁ ହୋଇଗଲେ ସେନା-ଆତଙ୍କବାଦୀ, ଗୁଳିରେ କମ୍ପିଲା…

ନୂଆଦିଲ୍ଲୀ,୨୪।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ, ସେନା ଏବଂ ପୋଲିସ ଦ୍ୱାରା ନିରନ୍ତର ସର୍ଚ୍ଚ ଅପରେଶନ ଜାରି ରହିଛି। ସେନାର ଅନେକ...

ବିଦ୍ୟୁତ ସଂଯୋଗକୁ ନେଇ ଏଲ ଆଣ୍ଡ ଟି କମ୍ପାନୀକୁ ବିରୋଧ କଲେ ଗ୍ରାମବାସୀ

ପରଜଙ୍ଗ,୨୪।୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗାଁରେ ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରୁଥିବା ଏଲ ଆଣ୍ଡ ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image