Advertisement

ବେଆଇନ ଗୁଟଖା କାରଖାନା ଠାବ: ନଗଦ ୮ ଲକ୍ଷ ଟଙ୍କା ଜବତ

କୋରାପୁଟ,୬।୧୧(ଅମିତାଭ ବେହେରା): କୋରାପୁଟ ଜିଲା ଲମତାପୁଟ ଅଞ୍ଚଳରେ ଥିବା ଏକ ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା ଜବତ କରିଛି। ଏପରିକି ପୋଲିସ କାରଖାନାରୁ ନଗଦ ୮ଲକ୍ଷ ଟଙ୍କା ସହ ବେଆଇନ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଥିବା ନନ୍ଦପୁର ଏସ୍‌ଡିପଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ସନ୍ତୋଷ ମୂର୍ତ୍ତି ଘର କୋରାପୁଟ, ସୁରଜ ପ୍ରବର୍ତ୍ତୀ ମଧ୍ୟପ୍ରଦେଶ ଏବଂ ରବି ଶୁକ୍ଲା ଉତ୍ତରପ୍ରଦେଶ ଅଞ୍ଚଳର ବୋଲି ଜଣାପଡିଛି।

କୋରାପୁଟ ଜିଲା ଲମତାପୁଟରେ ଏକ ବେଆଇନ ଗୁଟଖା କାରଖାନା ଚାଲୁଥିବା ପୋଲିସକୁ ଖବର ମିଳିଥିଲା। ଏନେଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସୁନାବେଡା ଏସ୍‌ଡିପଓ, ନନ୍ଦପୁର ଏସ୍‌ଡିପଓଙ୍କ ସମେତ ୩ ଜଣିଆ ଟିମ୍‌ ସହ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ମିଳିତ ଭାବେ ଚଢାଉ କରିଥିଲେ I ଚଢାଉ ବେଳେ ଅଧିକାରୀମାନେ ୩ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ଏପରିକି ପୋଲିସ ଗୁଟଖା ମେଶିନ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share