କୋମଣ୍ଡରେ ପୁଣି ବେଆଇନ ମାଙ୍କଡ଼ାପଥର ଖଣି

ନୟାଗଡ଼ ଅଫିସ,୧।୭(ଲୋକନାଥ ମିଶ୍ର)/ଓଡ଼ଗଁା(ଆଦର୍ଶ ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗଁା ତହସିଲ କୋମଣ୍ଡ ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା କୋମଣ୍ଡ, ବାଦଭୂଇଁ, ଭଗବତୀପ୍ରସାଦ, ରୋହିବାଙ୍କ, ଉଦୟପୁର ଅଞ୍ଚଳରେ ପୁଣି ବେଆଇନ ଭାବେ ମାଙ୍କଡ଼ାପଥର ଓ ମୋରମ ଖଣି ଖନନ ଚାଲିଛି। କିଛିଦିନର ନୀରବତା ପରେ ଖଣି ଚୋର ସକ୍ରିୟ ହୋଇ ଉଠିଛନ୍ତି। ତେବେ ଖଣି ଖନନ ଓ ମାଲ ପରିବହନ ରାତିରେ ଚାଲିଛି। ପ୍ରାୟ ମାସେ ହେଲା ବେଆଇନ ଖଣି ଖନନ ଚାଲିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଧରପଗଡ଼ ନାହିଁ। ବେଆଇନ ଖଣି ଖନନ ଘଟଣାରେ ଜାନୁୟାରୀ ୩ରେ କୋମଣ୍ଡର ତତ୍‌କାଳୀନ ଆର୍‌ଆଇ ସୁଧୀର କୁମାର ପରିଡା ନିଲମ୍ବିତ ହୋଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ତହସିଲଦାର ବିଜୟିତା ସାମନ୍ତସିଂହାର ବଦଳି ହୋଇଥିଲେ। ଆର୍‌ଆଇଙ୍କ ନିଲମ୍ବନ ଓ ତହସିଲଦାରଙ୍କ ବଦଳି ଏଠାରେ କିଛି ଫରକ ପଡ଼ିଲାନାହିଁ। ବେଆଇନ ପଥର ଖଣି ଖନନକୁ ରୋକାଯାଉ ନ ଥିବାରୁ ସରକାର ରାଜସ୍ବ ହରାଇ ଚାଲିଛନ୍ତି।
କୋମଣ୍ଡ ମାଙ୍କଡ଼ା ପଥର ଓ ମୋରମ ଖଣି ବେଆଇନ ଭାବେ ଚାଲିଥିଲା। ବାରମ୍ବାର ଅଭିଯୋଗ ପରେ କିଛି ଫରକ ପଡୁ ନ ଥିଲା। ତେବେ ୨୦୨୨ ଡିସେମ୍ବର ଓ ୨୦୨୩ ଜାନୁୟାରୀରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶନ ପରେ ନୟାଗଡ଼ ଜିଲାପାଳ ଚଢ଼ାଉ କରିଥିଲେ। ଚଢ଼ାଉ ପରେ ଅନିୟମିତତା ଜଣାପଡ଼ିଥିଲା। ଜାନୁୟାରୀ ୩ରେ ଜିଲାପାଳ ଆର୍‌ଆଇଙ୍କୁ ନିଲମ୍ବିତ କରିଥିଲେ। ପରେ ଉପଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶକୁ ଭିତ୍ତି କରି ଜିଲାପାଳ ତହସିଲଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅବଗତ କରାଇଥିଲେ। କିଛିଦିନ ପରେ ଓଡ଼ଗଁାର ତତ୍‌କାଳୀନ ତହସିଲଦାର ବିଜୟିତା ସାମନ୍ତସିଂହାର ବଦଳି ହୋଇଥିଲେ। ତେବେ ତହସିଲଦାରଙ୍କୁ କେବଳ ବଦଳି କରିଦେବା ପରେ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ସେ ସମୟରେ ବେଆଇନ ଖଣିକୁ ଚଳାଇବା ପାଇଁ ତହସିଲଦାର, ଆର୍‌ଆଇ, ରାଜନେତା, ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି କେତେଜଣ ଗଣମାଧ୍ୟମର ପ୍ରତିନିଧି ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ପଥର ଚୋରମାନେ ଜଣେ ଖବରଦାତାଙ୍କ ଜରିଆରେ ଲାଞ୍ଚ ଟଙ୍କା ଦେଉଥିବା ଚର୍ଚ୍ଚା ହୋଇଥିଲା। ଏବେ ପୁଣି ଲାଞ୍ଚ କାରବାର କରି ବେଆଇନ ଖଣି ଖନନ ଆରମ୍ଭ ହୋଇଛି ବୋଲି ଅଭିଯୋଗ ଉଠିଛି। ଏ ନେଇ ଜଣେ ପଥର ଚୋର କହିଛନ୍ତି, ଭାଇଙ୍କର ପ୍ରତ୍ୟକ୍ଷ ଆଶୀର୍ବାଦ ରହିଛି। ଖଣି ଖନନ ଦିନବେଳା ନୁହେଁ ରାତିରେ କରିବାକୁ ମୌଖିକ ନିର୍ଦ୍ଦେଶ ମିଳିଛି। ଆମେ ଭାଇଙ୍କ କଥା ମାନି ରାତିରେ ଖନନ କରୁଛୁ। ଏଥର ଅସୁବିଧା ହେବନି। ପ୍ରଶାସନିକସ୍ତରରେ ସହଯୋଗ ମିଳୁଛି। ଆମକୁ ହଇରାଣ କରନ୍ତୁ ନାହିଁ। ଆମେ ତ ପୁଣି ବଞ୍ଚତ୍ବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚୋରି ଅଭିଯୋଗରେ ୪ ଗିରଫ କରି କୋର୍ଟ ଚାଲାଣ କଲା ବିଜେପୁର ପୋଲିସ

ଲାଞ୍ଜିଗଡ,୧୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ସିନ୍ଧିଭଟା ଗ୍ରାମରୁ ଛେଳି ଚୋରି ଅଭିଯୋଗରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି...

ଲାଞ୍ଜିଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଲାଞ୍ଜିଗଡ,୧୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବେନଗାଁ, ଲାଞ୍ଜିଗଡ ରୋଡ୍‌, ମଧୁପୁର ପିଏଚ୍‌ସିଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା...

ଲୁକ୍କାୟିତ ପ୍ରତିଭାର ବିକାଶକୁ ଗୁରୁତ୍ୱ

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):  ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବ। ଏହା ମାଧ୍ୟମରେ ପିଲାଙ୍କୁ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ନିୟୋଜିତ...

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

ଭଞ୍ଜନଗର ବିଭିନ୍ନ ସ୍ଥାନରେ ଆୟୁଷ୍ମାନ ଭାରତ ଶୁଭାରମ୍ଭ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଭାରତ ସରକାରଙ୍କ ନେତୃତ୍ୱରେ ଚାଲିଥିବା ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ) ଏବଂ ଆମ ରାଜ୍ୟର ଗୋପବନ୍ଧୁ ଜନ...

ବରଗଡ଼ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଶୁଭାରମ୍ଭ: ୧୦ ଲକ୍ଷ ୩୧ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିବ…

ବରଗଡ,୧୧।୪(ପ୍ରେମାନନ୍ଦ ଖମାରୀ) – ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣର ଜିଲାସ୍ତରୀୟ କାର୍ଯ୍ୟକ୍ରମ ଶୁକ୍ରବାର ବରଗଡ଼ ଗୋରୁ ମାର୍କେଟ ପରିସରରେ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଜଗବନ୍ଧୁ ବାର୍ଲା ଶୁକ୍ରବାର ଜରଡା ଗ୍ରାମର ପୀତବାସ ସେଠୀଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image