ଡଙ୍ଗାରେ ଚାଲିଛି ବେଆଇନ ବାଲି ଚାଲାଣ

ମହାକାଳପଡ଼ା,୨୪ା୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମହାନଦୀ, ଲୁଣା, ପାଇକା ଓ ଗୋବରୀ ନଦୀରୁ ବେଆଇନ ବାଲି ଚାଲାଣ ଚାଲିଛି। କେତେଜଣ ବାଲି ବ୍ୟବସାୟୀ ବଡ଼ ବଡ଼ ଯନ୍ତ୍ର ଚାଳିତ ଡଙ୍ଗାରେ ଗୋଟିଏ ପଟରୁ ବାଲି ଆଣି ଅନ୍ୟପଟେ ବିକ୍ରି କରୁଛନ୍ତି। ଏଥିପାଇଁ ସେମାନେ ଶ୍ରମିକମାନଙ୍କୁ ନିୟୋଜିତ କରିଛନ୍ତି। ଅବାଧରେ ଦିନରାତି ବାଲି ଚାଲାଣ ଚାଲିଛି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବାଲି ବ୍ୟବସାୟୀଙ୍କ ସହିତ ସେହି କର୍ମଚାରୀଙ୍କ ସୁସମ୍ପର୍କ ରହିଛି। ଏଥିଯୋଗୁ ସରକାର ରାଜସ୍ବ ହରାଇ ଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି।
ଏପରି ବାଲି ଚାଲାଣ ଯୋଗୁ ବନ୍ୟା ଆସିଲେ ନଦୀର ଗତିପଥ ପରିବର୍ତ୍ତନ ହେଉଛି। ନଦୀ କୂଳରୁ ଅତଡ଼ା ଖସୁଛି ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ଅପରପକ୍ଷେ ଶ୍ରମିକମାନେ ନିଜ ଜୀବନକୁ ବାଜି ଲଗାଇ ନଦୀରୁ ବାଲି ସଂଗ୍ରହ କରୁଛନ୍ତି। କେତେଜଣ ଶ୍ରମିକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପରିବାର ଚଳାଇବା ପାଇଁ ଆମେ ଜୀବନକୁ ବାଜି ଲଗାଇ କାମ କରୁଛୁ। ନଦୀ ପାଣିରେ ବୁଡ଼ି ବାଲ୍‌ଟିରେ ବାଲି ଉଠାଇ ଡଙ୍ଗାରେ ଲୋଡ୍‌ କରୁଛୁ। ସେହି ବାଲିକୁ ଡଙ୍ଗାରେ ଆଣି ଅନ୍ୟପଟେ ଅନ୍‌ଲୋଡ୍‌ କରୁଛୁ। ଏହା ବହୁ କଷ୍ଟକର ଓ ବିପଦସଙ୍କୁଳ କାମ ହୋଇଥିଲେ ମଧ୍ୟ ପେଟ ପାଇଁ ସବୁ କିଛି କରିବାକୁ ପଡୁଛି।
ସୂଚନା ଅନୁଯାୟୀ ପ୍ରତିଦିନ ୧୦ରୁ ଅଧିକ ଡଙ୍ଗାରେ ବାଲି ଚାଲାଣ ହେଉଛି। ଏଥିପାଇଁ ୨୫ରୁ ଊର୍ଦ୍ଧ୍ୱ ଶ୍ରମିକ ନିୟୋଜିତ ହୋଇଛନ୍ତି। ନିଲାମ ହୋଇଥିବା ଘାଟରୁ ବାଲି ଆଣିଲେ ସେଥିପାଇଁ ନିର୍ଦ୍ଧାରିତ ଟଙ୍କା ଦେବାକୁ ପଡ଼ିବ। ହେଲେ ନଦୀ ମଝିରୁ କିମ୍ବା କୂଳରୁ ବାଲି ଆଣିଲେ କୌଣସି ଟଙ୍କା ଦେବାକୁ ପଡୁନାହିଁ। ସେଥିପାଇଁ ବାଲି ବ୍ୟବସାୟୀମାନେ ଶ୍ରମିକ ଲଗାଇ ନଦୀରୁ ବାଲି ସଂଗ୍ରହ କରି ଭଲ ରୋଜଗାର କରୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏପରି କି ବ୍ୟବସାୟୀମାନେ ନଦୀ କୂଳରେ ଡଙ୍ଗା ଲଙ୍ଗର ପକାଇ ବାଲିକୁ ଅନ୍‌ଲୋଡ କରୁଛନ୍ତି। ସେହି ବାଲିକୁ ଟ୍ରାକ୍ଟର ପିଛା ୨ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରୁ ଏପରି ବେଆଇନ ବାଲି ଚାଲାଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ପରେ ବୌଦ୍ଧରେ ବ୍ରାଉନସୁଗାର କାରବାର: ଧରାପଡ଼ିଲେ ୩ ଅଭିଯୁକ୍ତ

ବୌଦ୍ଧ,୧୮।୩( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚାର ଥିବା ବେଳେ ଏବେ ବ୍ରାଉନସୁଗାର କାରବାର ପଦାକୁ ଆସିଛି। ବୌଦ୍ଧ ପୋଲିସ...

ଭାଲୁ ଆବୁଡ଼ରେ ପଡ଼ିଗଲେ ୨ ମହିଳା

ଦେବଗଡ଼,୧୮।୩(ଶାଶଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ତିଳେଇବଣି ବ୍ଳକ ଲଇମୁରା ଫରେଷ୍ଟ ସେକ୍ସନରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି। ଭାଲୁ ଆକ୍ରମଣରେ ମଙ୍ଗଳବାର ୨ଜଣ ମହିଳା...

ରଙ୍ଗ ବୋଳି ମହିଳାଙ୍କୁ ଅସଦାଚରଣ: ଥାନାରେ ଶିକ୍ଷକ ଅଟକ

ସାବରଙ୍ଗ,୧୮।୩(କାଳିପଦ ରାୟ): ଭଦ୍ରକ ଜିଲା କଷିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ଡିହମଳିକ ସାହିରେ ଘଟିଛି ଏକ ଲଜ୍ଜା ଜନକ ଘଟଣା। ଜଣେ ଶିକ୍ଷକ ଗ୍ରାମର...

ଅନାସ୍ଥା ଭୋଟ ନ ହେବା ଘଟଣା: ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ୱାର୍ଡ ସଭ୍ୟାସଭ୍ୟଙ୍କ ବିକ୍ଷୋଭ, ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧୮।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକଙ୍କ ଅନାସ୍ଥା ସମ୍ପର୍କରେ ଆଲୋଚନା ଓ ଗୁପ୍ତ ଭୋଟ ପାଇଁ...

ବନ ବିଭାଗର ବଡ଼ ପଦକ୍ଷେପ: ଜଙ୍ଗଲ ନିଆଁ ରୋକିବ…

ଭୁବନେଶ୍ୱର,୧୮।୩: ଚିନ୍ତା ବଢାଉଛି ଜଙ୍ଗଲ ନିଆଁ। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି। ହେଲେ ବଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ଭୟଙ୍କର...

୨୧ରୁ କନ୍ଧମାଳ ମହୋତ୍ସବ : ରାଇକିଆରେ ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ

ରାଇକିଆ,୧୮।୩(ପ୍ରଦୀପ ବେହେରା): ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା କନ୍ଧମାଳ ମହୋତ୍ସବ ଅବସରରେ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ବ୍ଲକ ପ୍ରଶାସନ ତରଫରୁ...

ସରକାରଙ୍କ କୃଷିନୀତିରେ ଚାଷୀ ହେବେ ସର୍ବସ୍ବାନ୍ତ

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): କୃଷକମାନଙ୍କୁ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ମିଳୁ ନାହିଁ । ଏହି କାରଣରୁ କୃଷକମାନେ ଋଣଗ୍ରସ୍ତ ହେଉଛନ୍ତି। ବ୍ୟାଙ୍କ ଏବଂ ସାହୁକାରଙ୍କଠାରୁ ଋଣ...

ବହୁପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ: ରତ୍ନଗିରି ପାହାଡ ପ୍ରକମ୍ପିତ

ପୁରୁଷୋତ୍ତମପୁର, ୧୮।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image