Categories: ଜାତୀୟ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଭଣଜା ଗିରଫ

ଚଣ୍ଡିଗଡ଼,୪ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଅଡୁଆ ବଢିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଭଣଜା ଭୁପେନ୍ଦ୍ର ସିଂ ହନିଙ୍କୁ ଅବୈଧ ବାଲି ଖନନ ମାମଲାରେ ଗିରଫ କରିଛି । ଇଡି ଗୁରୁବାର ହନିଙ୍କୁ ପଚରା ଉଚରା ପାଇଁ ନେଇଥିବା ବେଳେ ଶୁକ୍ରବାର ୧୨ଟାରେ ଜଳନ୍ଧର କୋର୍ଟରେ ହାଜର କରାଇବ । ସୂଚନାଯୋଗ୍ୟ, ଅବୈଧ ବାଲି ଖନନକୁ ନେଇ ଇଡିର ଟିମ୍ ପଞ୍ଜାବରେ ଯେଉଁ ଚଢଉ କରିଥିଲେ ସେଥିରେ ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା, ୨୧ ଲକ୍ଷର ସୁନା ଓ ୧୨ ଲକ୍ଷ ଟଙ୍କାର ରୋଲେକ୍ସ ଘଣ୍ଟା ମିଳିଥିଲା । ଏହାସହ କିଛି ଗୁରୁତ୍ପୂର୍ଣ୍ଣ ତଥ୍ୟ ବି ହସ୍ତଗତ ହୋଇଥିଲା । କୁହାଯାଉଛି କି ଜବତ ବେଳେ ସବୁଠାରୁ ଅଧିକ ନଗଦ ଭୁପେନ୍ଦ୍ର ସିଂ ହନିଙ୍କ ଘରୁ ମିଳିଥିଲା । ଏହା ପାଖାପାଖି ୭-୮ କୋଟି ବୋଲି କୁହାଯାଉଛି ।

Share