Categories: ଜାତୀୟ

ହିଂସା ପରେ ନୁହରେ ବେଆଇନ ବସ୍ତି ଉଚ୍ଛେଦ

ଗୁରୁଗ୍ରାମ,୫ା୮: ହରିୟାଣାର ନୁହ ଜିଲାରେ ସାମ୍ପ୍ରଦାୟିକ ଦଙ୍ଗା ପରେ ଶୁକ୍ରବାର ଜିଲା କର୍ତ୍ତୃପକ୍ଷ ତାଉରୁ ସହରରେ ସରକାରୀ ଜମିରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୨୫୦ ଝୁମ୍ପୁଡ଼ିକୁ ଭାଙ୍ଗିଦେଇଛନ୍ତି। ହରିୟାଣା ସହରୀ ବିକାଶ ପ୍ରାଧିକରଣ (ଏଚ୍‌ଏସ୍‌ଭିପି) ଜମିକୁ ବେଆଇନ ବାଂଲାଦେଶୀ ଅପ୍ରବାସୀମାନେ ଦଖଲ କରି ରହିଥିଲେ। ସେମାନେ ପୂର୍ବରୁ ଆସାମରେ ରହୁଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ତେବେ ଉଚ୍ଛେଦ ସହ ହିଂସାକାଣ୍ଡର କୌଣସି ସମ୍ପର୍କ ନାହିଁ ବୋଲି ନୁହ ଉପକମିଶନର ପ୍ରଶାନ୍ତ ପାନ୍‌ଓ୍ବର କହିଛନ୍ତି। ଜବରଦଖଲ ଉଚ୍ଛେଦ କରିବାର ଏହା ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି ସେ ମତ ଦେଇଛନ୍ତି। ଗୋଟିଏ ଏକର ଜମିରେ ନିର୍ମିତ ଏହି ବସ୍ତିରେ ବେଆଇନ ବାଂଲାଦେଶୀମାନେ ୩ ବର୍ଷ ହେଲା ରହିଆସୁଥିଲେ। ଗତ ସୋମବାର ନୁହ ଜିଲାରେ ବିଶ୍ୱହିନ୍ଦୁ ପରିଷଦର ଧାର୍ମିକ ଶୋଭାଯାତ୍ରାବେଳେ ହିଂସାକାଣ୍ଡ ଘଟି ୨ ଜଣ ହୋମ୍‌ଗାର୍ଡଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ହିଂସାକ୍ରମେ ପଡୋଶୀ ଗୁରୁଗ୍ରାମକୁ ବ୍ୟାପିଯାଇଥିଲା।

Share