ମହାକାଳପଡ଼ା,୧୮ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଶାସନ ପେଟା ବନ ବିଭାଗ କାର୍ଯ୍ୟାଳୟ ସନ୍ନିକଟ ବଣପଡ଼ାଠାରେ ୬୪ ଏକର ପରିମିତ ଜମିରେ ଏକ ବୃହତ ଚିଙ୍ଗୁଡି ପ୍ରକଳ୍ପ ନିର୍ମିତ ହୋଇଛି। ପୂର୍ବରୁ ଏହି ପ୍ରକଳ୍ପ ବନ୍ଦ କରିବା ପାଇଁ ବନ ବିଭାଗ, ରାଜସ୍ବ ବିଭାଗ ଓ ମତ୍ସ୍ୟ ବିଭାଗ ପକ୍ଷରୁ ନୋଟିସ କରାଯାଇଥିଲା। ଯୁଗ୍ମ କମିଟି ପକ୍ଷରୁ ନୋଟିସକୁ ବେଖାତିର କରି ବେଆଇନି ଚିଙ୍ଗୁଡ଼ି ଘେରି ନିର୍ମାଣକାରୀ ସଂସ୍ଥା ଖୁଲମଖୁଲା ଭାବେ ମାଛ ଚାଷ କରୁଛନ୍ତି। ଖବରପାଇ ଗୁରୁବାର ପୂର୍ବାହ୍ନରେ ଜିଲା ମତ୍ସ୍ୟ ଅଧିକାରିଣୀ ମମତା ମହାପାତ୍ର, ଅତିରିକ୍ତ ବନ ସଂରକ୍ଷକ ପୁନମ ହୀରା ହାଁସଦା, ମହାକାଳପଡ଼ା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ଗହୀରମଥା ରେଞ୍ଜ ଅଧିକାରୀ ମାନସ କୁମାର ଦାସ, ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର, ଗଗୁଆ ସର୍କଲର ରାଜସ୍ବ ନିରୀକ୍ଷକ ପବିତ୍ର ବେହେରା, ମତ୍ସ୍ୟ ବିଭାଗ ଟେକ୍ନିସିଆନ ଅକ୍ଷୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଯୁଗ୍ମ ତଦନ୍ତ କମିଟି କ୍ଷେତ୍ର ପରିଦର୍ଶନ କରି ଘେରି ନିର୍ମାଣାଧୀନ ସଂସ୍ଥାକୁ ତାଗିଦ କରିଥିଲେ। ବିଭାଗ ପକ୍ଷରୁ ଖୁବ୍ଶୀଘ୍ର ଘେରି ଉଚ୍ଛେଦ କରି ଉକ୍ତ ଜମିରେ ବ୍ୟାପକ ପରିମାଣରେ ବୃକ୍ଷରୋପଣ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।