ବେଆଇନ ସାଇନବୋର୍ଡ, ଜବରଦଖଲ ହଟିଲା

ଭୁବନେଶ୍ୱର,୩।୮(ବ୍ୟୁରୋ): ତାଗିଦା ପରେ ତାଗିଦା କରି ଚାଲିଛି ବିଏମ୍‌ସି। ମାତ୍ର ଲୋକେ ଶୁଣିବାକୁ ନାରାଜ। ରାସ୍ତା କଡ଼ରେ, ଡ୍ରେନ ଉପରେ ଜବରଦଖଲ ନ କରିବା ପାଇଁ ବାରମ୍ବାର କୁହାଯାଉଥିଲେ ମଧ୍ୟ ଲୋକମାନେ ଶୁଣୁନାହାନ୍ତି। ସେହିପରି କାନ୍ଥ ବାଡରେ ବେଆଇନ ସାଇନ୍‌ବୋର୍ଡ ମାରିବାକୁ ବାରଣ କରାଯାଇଥିଲେ, ତା’ର କୌଣସି ପ୍ରଭାବ ପଡୁନାହିଁ। ତେଣୁ ଏନେଇ ବିଏମ୍‌ସି ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ମଙ୍ଗଳବାର ୪୫ ନଂ. ଓ୍ବାର୍ଡ ଅନ୍ତର୍ଗତ ଚିନ୍ତାମଣିଶ୍ୱର ମନ୍ଦିର ଅଞ୍ଚଳରେ ବେଆଇନ ଉଚ୍ଛେଦ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ରାସ୍ତାକଡ଼ରେ, ଡ୍ରେନ ଉପରେ, ଫୁଟ୍‌ପାଥରେ ଜବରଦଖଲ ସହିତ ବେଆଇନ ସାଇନ୍‌ବୋର୍ଡକୁ ହଟାଯାଇଛି। ସେହିପରି ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାରକୁ ମଧ୍ୟ ନିଷେଧ କରାଯାଇଛି। ଏନେଇ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ୟୁନିଟ୍‌-୧ ମାର୍କେଟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲା। ଏଠାରେ ଥିବା ପ୍ଲାଷ୍ଟିକ୍‌ ବଜାର ଦୋକାନରେ ପଲିଥିନ ବ୍ୟାଗ ଗୁଡିକୁ ସିଜ୍‌ କରିଥିଲା। ଏଥିସହ ଦୋକାନ ସମ୍ମୁଖରେ ଥିବା ଡ୍ରେନ୍‌, ରାସ୍ତା, ଫୁଟ୍‌ପାଥରେ ଅଳିଆ ଆବର୍ଜନା ପଡିଥିବାରୁ ତାଗିଦା କରାଯାଇଥିଲା।

Share