ଖଣିରୁ ବେଆଇନ ପଥର ଚୋରାଚାଲାଣ

କେନ୍ଦୁଝର,୨୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଷିପୁରା ତହସିଲ ଅନ୍ତର୍ଗତ ନୂଆବରିପାଳ, ଓସ୍ତପୁରା ଓ ଭୋଳନୂଆଗାଁ ପଥର ଖଣିରେ ବେଆଇନଭାବେ ପଥର ଚୋରାଚାଲାଣ ହେଉଛି। ନୀତିନିୟମ, ଆଇନ ଉଲଂଘନ କରି ଉଚ୍ଚକ୍ଷମତା ସମ୍ପନ୍ନ କ୍ରସର୍‌ ପ୍ରତିଷ୍ଠା କରି କ୍ରସିଂ କରାଯାଇ ବିକ୍ରି କରାଯାଉଛି। ଏ ନେଇ ମଙ୍ଗଳବାର ଭାଜପାର ଯୁବ ମୋର୍ଚ୍ଚାର ସଂଯୋଜକ ଯଜ୍ଞ ପ୍ରସାଦ ସାହୁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଜିଲାପାଳ ବିଶାଲ ସିଂହଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଅଭିଯୋଗ ମୁତାବକ, ନୂଆବରିପାଳ ପଥର ଖଣିରୁ ଏକ ସଂସ୍ଥା ପ୍ରତିଦିନ ଅନୁମୋଦିତ ପରିମାଣଠାରୁ ପ୍ରାୟ ୧୦ ଗୁଣା ଅଧିକ ପଥର ଉତ୍ତୋଳନ କରି ଚୋରାରେ ବିକ୍ରି କରୁଛି। ଅନ୍ୟପକ୍ଷେ ସରକାରୀ ତଥ୍ୟ ଅନୁଯାୟୀ ଏହି ଖଣିଟି କାର୍ଯ୍ୟକ୍ଷମ ନାହିଁ। ଯାହା ସମସ୍ତଙ୍କୁ ଚକିତ କରିଛି। ସେହିପରି ଓସ୍ତପୁରା ଓ ଭୋଳନୂଆଗାଁ ପଥର ଖଣିରୁ ଅନୁମୋଦିତ ପରିମାଣଠାରୁ ପ୍ରାୟ ୧୫ ଗୁଣ ଅଧିକ ପଥର ଉତ୍ତୋଳନ କରି ସମ୍ପୃକ୍ତ ପଟ୍ଟାଦାର ଚୋରାରେ ବିକ୍ରି କରି ଚାଲିଥିବା ଅଭିଯୋଗ କରିଛି। ଏଭଳି ବେଆଇନ ଖନନ ଯୋଗୁ ପ୍ରାୟ ୭୦୦ କୋଟି ଟଙ୍କା ରାଜସ୍ବ କ୍ଷତି ହୋଇଛି। ଏ ସମ୍ପର୍କିତ ସମସ୍ତ ପ୍ରାମାଣିକ ତଥ୍ୟ ଉପଗ୍ରହ ଚିତ୍ରକୁ ଅନୁଧ୍ୟାନ କଲେ ଜଣାପଡ଼ିବ ବୋଲି କୁହାଯାଇଛି। ପୂର୍ବରୁ ଓସ୍ତପୁରା ଖଣିରୁ ୨ ଜଣ ପଟ୍ଟାଦାର ପଥର ଉତ୍ତୋଳନ କରି ଓ ପଥରକୁ କ୍ରସିଂ କରି ବିନା ଟ୍ରାଞ୍ଜିଟ ପାସ୍‌ରେ ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ସରକାରୀ, ବେସରକାରୀ ନିର୍ମାଣ କାର୍ଯ୍ୟରେ ବ୍ୟବହାର ପାଇଁ ବିକ୍ରି ହୋଇଥିଲା। ସେହିପରି ଏହି ପଥର ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ପଥର ପ୍ୟାକିଂ କାର୍ଯ୍ୟରେ ବ୍ୟବହାର କରାଯାଇ ଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲାରେ ସରକାରୀ ଓ ଘରୋଇ କ୍ଷେତ୍ରରେ ବିଭିନ୍ନ ଉନ୍ନୟନମୂଳକ ତଥା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲଘୁ ଖଣିଜ ପଦାର୍ଥ ମାଟି, ମୋରମ, ବାଲି ଓ ପଥର (ଚିପ୍ସ, ମେଟାଲ ଓ ବଜୁରି) ମଧ୍ୟରୁ ୯୦ ପ୍ରତିଶତ ବେଆଇନ ଭାବେ ଉତ୍ତୋଳନ କରାଯାଉଛି। ୯୦ ପ୍ରତିଶତ ଲଘୁ ଖଣିଜରୁ ସରକାର ରୟାଲ ଡିଏମଏଫ, ପରିବେଶ ପରିଚାଳନା ବାବଦକୁ ପ୍ରାୟ ୧ ହଜାର କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗକାରୀ ଜଣାଇଛନ୍ତି। ଏହାର ଅନୁସନ୍ଧାନ କରି ଦୋଷୀ ସରକାରୀ ଅଧିକାରୀ, ଖନନକାରୀ ଓ ଚୋରା ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଚୋରା ଚାଲାଣ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ବେଆଇନ ଖନନକୁ ପୂର୍ବ ସରକାର ସ୍ବୀକାର କରିଥିଲେ। ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ଅଭିଯୋଗ ପାଇବା ପରେ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜିଲାପାଳ କହିଛନ୍ତି।
ସୂଚନାଯୋଗ୍ୟ, ବେଆଇନ ଖନନ ଦ୍ୱାରା ବଡ ବଡ ଖାଲ ସୃଷ୍ଟି ହୋଇଛି। ଯାହାକି ଉଭୟ ମଣିଷ, ବନ୍ୟପ୍ରାଣୀ ଓ ଗୋରୁଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଖଣି ନିୟମାନୁଯାୟୀ ଖନନ ପରେ ଏହାକୁ ପୋତି ଏହା ଉପରେ ପୂର୍ବପରି ବନୀକରଣ କରାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷଣ ନୁହେଁ ଅତି ଭୀଷଣ ହେବ ବାତ୍ୟା! ଶ୍ରୀମନ୍ଦିର ଉପର ଦୃଶ୍ୟ ଦେଖି ଲୋକ ଛାନିଆ…

ଭୁବନେଶ୍ୱର,୨୩।୧୦: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟା ରୂପ ନେବା ପରେ ଏହା ଏବେ ୧୫ କିଲୋମିଟର...

ପୂର୍ବ ଶତ୍ରୁତାରୁ ଆକ୍ରମଣ, ୨ ଗୁରୁତର

ଭଦ୍ରକ, ୨୩।୧୦(ସନାତନ ରାଉତ): ଭଦ୍ରକ ଜିଲା ଆଗରପଡା ଥାନା ଅନ୍ତର୍ଗତ ବଡ ମହିଷଗୋଠ ଗ୍ରାମରେ ପୂର୍ବ ଶତ୍ରୁତାରୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗ୍ରାମର...

କଳାବଜାରୀ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଚଢ଼ାଉ

ଭଦ୍ରକ, ୨୩।୧୦(ସନାତନ ରାଉତ)- ସମ୍ଭାବ୍ୟ ବାତ୍ୟା ପାଇଁ ଆଳୁ, ପିଆଜ, ପରିବା ଦରରେ କଳାବଜାରୀ ଓ ଚଢ଼ା ଦରରେ ବିକ୍ରି ରୋକିବା ପାଇଁ ପ୍ରଶାସନ ପକ୍ଷରୁ...

ହିତାଧିକାରୀଙ୍କ ଇ-କଓ୍ବୋଇସି କରିବାକୁ ସୁରଟ ଯାଇଥିଲେ ଯୋଗାଣ ସହାୟକ: ପଡ଼ିଲା ଭାରି ମହଙ୍ଗା, ଆଇଲା ବେଳକୁ ନାହିଁ

ବୁଗୁଡ଼ା,୨୩।୧୦(କାଳିଚରଣ ଦାଶ): କୌଣସି ଅନୁମତି ନ ନେଇ ହିତାଧିକାରୀମାନଙ୍କ ଇ-କେୱାଇସି କରିବା ପାଇଁ ମେଶିନ ଧରି ସୁରଟ ଯାଇଥିବା ବୁଗୁଡ଼ା ବ୍ଲକ ଭାମଶ୍ୟାଳି ପଞ୍ଚାୟତର ଯୋଗାଣ...

ଜୀବନଜୀବିକା ହେବ ସହଜ, ଶହ ଶହ ହେକ୍ଟର ଜମିକୁ ସେଚନ ବ୍ୟବସ୍ଥା

ଦାରିଙ୍ଗବାଡି,୨୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମାତ୍ର ୧୦ ପ୍ରତିଶତ ଜଳ ସେଚିତ ଜମି ରହିଛି। ଭୌଗୋଳିକ ସ୍ଥିତି ଦେଖିଲେ ପାହାଡିଆ ଓ...

ସ୍କୁଟି ରଖି ନଦୀକୁ ଡେଇଁଲେ ଅଜଣା ବ୍ୟକ୍ତି, ଅଗ୍ନିଶମ ବିଭାଗର ସନ୍ଧାନ ଜାରି

ଛତ୍ରପୁର,୨୩।୧୦ ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ: ଗଞ୍ଜାମ ଥାନା ଅଧିନ ଋଷିକୁଲ୍ୟା ପୋଲ ନିକଟରେ ସ୍କୁଟି ରଖି ନଦୀକୁ ଡେଇଁ ପଡିଛନ୍ତି ଜଣେ ଅଜଣା ବ୍ୟକ୍ତି। ଘଟଣାର...

କୁଚିଣ୍ଡା ନାବାଳିକା ଗଣବଳାତ୍କାର ମାମଲା: ମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିଜେଡି

କୁଚିଣ୍ଡା,୨୩ା୧୦(ବିରଞ୍ଚି ଦର୍କା):ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳରେ ଜଣେ ଦଳିତ ନାବାଳିକାଙ୍କୁ ଅପହରଣ ପରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ରାଜନୈତିକ...

ପାଟଣାର ଝିଅ ପ୍ରିୟଦର୍ଶିନୀପାଇଲେ ଓଏଏସ୍: କହିଲେ ମହିଳା ସଶକ୍ତୀକରଣ ପାଇଁ…

ପାଟଣା,୨୨ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମର ପ୍ରୀୟଦର୍ଶିନୀ ନାଏକ ଓଡ଼ିଶା ପ୍ରଶାସନିକ ସେବାରେ ୬୫୬ ର଼୍ୟାଙ୍କ ରଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri