ଅନୈତିକ ସମ୍ପର୍କ ଯୋଗୁ ବାପାଙ୍କ ଠାରୁ ଦୂରେଇ ଯାଇଥିଲେ ଏଲନ ମସ୍କ, ଏବେ…

ଓ୍ବାଶିଂଟନ୍‌,୨୫।୧୧: ଏଲନ ମସ୍କ ଓ ତାଙ୍କ ବାପାଙ୍କ ଭିତରେ ଥିବା ସମ୍ପର୍କର ଦୂରତା ଏବେ କାହାକୁ ଅଛପା ନାହିଁ। ଏପରିକି ଦୁହେଁ ସାର୍ବଜନିକ ସ୍ଥାନରେ ପରସ୍ପରକୁ ଆଙ୍ଗୁଠି ଦେଖାନ୍ତି। ଚଳିତ ବର୍ଷ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସର ପ୍ରଥମ ଷ୍ଟାରଶିପ୍‌ ଲଞ୍ଚ ସମୟରେ ମସ୍କ ନିଜ ବାପାଙ୍କୁ ନିମନ୍ତ୍ରଣ କରିଥିଲେ। ଦୀର୍ଘ ୭ବର୍ଷ ପରେ ମସ୍କ ନିଜ ବାପାଙ୍କୁ ଭେଟିଥିଲେ। ଏହି ସମୟରେ ପୁରା ପରିବାର ଭାବବିହ୍ବଳ ହୋଇଯାଇଥିଲେ।
ଏଲନଙ୍କ ବାପା ଏରୋଲ ମସ୍କ ଏଲନଙ୍କ ନିମନ୍ତ୍ରଣ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ପୁଅର ନିମନ୍ତ୍ରଣରେ ଖୁସି ହୋଇ ନିଜର ପୂର୍ବ ସ୍ତ୍ରୀ ଓ ନାତୁଣୀଙ୍କ ସହ ପହଞ୍ଚିଥିଲେ।

ନିଜ ଧରମ ଝିଅ ସହ ଏରୋଲ ଶାରୀରିକ ସମ୍ପର୍କ ରଖିଥିବା ସେ ନିଜେ ସ୍ବୀକାର କରିଛନ୍ତି। ଏଥିରେ ତାଙ୍କର ଦୁଇଟି ଶିଶୁ ମଧ୍ୟ ଜନ୍ମ ହୋଇଛି। ଏଲନଙ୍କୁ ବାପାଙ୍କର ଏପରି ବ୍ୟବହାର ଭଲ ଲାଗି ନ ଥିଲା। ଏବଂ ବାପାଙ୍କ ସହ ମତଭେଦ ହୋଇଯାଇଥିଲା। ଖାସ୍‌ ଏଥିପାଇଁ ସେ ତାଙ୍କ ବାପାଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି ତାଙ୍କ ଠାରୁ ୭ବର୍ଷ ଯାଏଁ ଦୂରେଇ ରହିଥିଲେ। ଏଲନ ମସ୍କଙ୍କର ମଧ୍ୟ ୭ଟି ପିଲା ଅଛନ୍ତି। ତାଙ୍କ କମ୍ପାନୀର ଅଧିକାରୀଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିବା ବହୁ ଅଭିଯୋଗ ମଧ୍ୟ ହୋଇଛି।

Share