Posted inଖେଳ

ଇଲି ସିଦ୍ଧିକିଙ୍କୁ ବାହାହେଲେ ମନପ୍ରୀତ୍‌

ଜଳନ୍ଧର,୧୭।୧୨: ଭାରତୀୟ ହକି ଅଧିନାୟକ ମନପ୍ରୀତ୍‌ ସିଂ ଦୀର୍ଘଦିନର ବାନ୍ଧବୀ ମାଲେସିଆର ଇଲି ନଜବା ସିଦ୍ଧିକିଙ୍କୁ ବିବାହ କରିଛନ୍ତି। ଗତ ୯ ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଥିଲା ଓ ଉଭୟ ଡେଟିଂ କରିଆସୁଥିଲେ। ବୁଧବାର ସ୍ଥାନୀୟ ଗୁରୁ ତେଜ୍‌ ବାହାଦୁର ନଗରରେ ଏହି ବବାହ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି। ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ପରେ ଉଭୟେ ବିବାହ କରିବେ ବୋଲି କହି ଆସୁଥିଲେ। ତେବେ କୋଭିଡ୍‌-୧୯ କାରଣରୁ ଅଲିମ୍ପିକ୍ସ ଘୁଞ୍ଚିଯାଇଥିଲା। ଫଳରେ ବିବାହ ହୋଇପାରି ନ ଥିଲା ଓ ଏହାକୁ ଘୁଞ୍ଚାଇବାକୁ ପଡିଥିଲା।
ଜଳନ୍ଧରର ମିଠାପୁର ଗାଁରେ ମନପ୍ରୀତ୍‌ଙ୍କ ଘର। ବିବାହ ପରେ ଇଲିଙ୍କ ନାମ ପରିବର୍ତ୍ତନ କରାଯାଇ ନବପ୍ରୀତ୍‌ କୌର ରଖାଯାଇଛି। ୨୦୧୨ରେ ମାଲେସିଆରେ ଅନୁଷ୍ଠିତ ସୁଲତାନ ଆଜଲାନ ଶାହ କପ୍‌ ଖେଳିବା ଅବସରରେ ମନପ୍ରୀତ୍‌ଙ୍କ ସହ ଇଲିଙ୍କ ପରିଚୟ ହୋଇଥିଲା। ସେତେବେଳେ ମନପ୍ରୀତ୍‌ ଭାରତୀୟ ଜୁନିୟର ଦଳର ନେତୃତ୍ୱ ନେଉଥିଲେ। ହକି କାରଣରୁ ଧୀରେ ଧୀରେ ସମ୍ପର୍କ ପ୍ରେମ ଓ ପରେ ବିବାହର ରୂପ ନେଇଛି। କରୋନା କାରଣରୁ ବିବାହରେ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା ଓ ସୁରକ୍ଷା ତଥା ନିରାପତ୍ତାର ବ୍ୟବସ୍ଥା କରାଯାଇଥିଲା। ମନପ୍ରୀତ୍‌ ଏପର୍ଯ୍ୟନ୍ତ ଭାରତ ପାଇଁ ୨୪୨ଟି ମ୍ୟାଚ ଖେଳି ୧୯ଟି ଗୋଲ ସ୍କୋର କରିଛନ୍ତି। ଅନ୍ତର୍ଜାତୀୟ ହକିରେ ସେ ଦୃଷ୍ଟାନ୍ତମୂଳକ ସଫଳତା ହାସଲ କରିଛନ୍ତି।
ଗତ ୯ ବର୍ଷ ଧରି ଆମେ ପରସ୍ପରକୁ ଜାଣିଛୁ ଓ ଆମ ମଧ୍ୟରେ ବନ୍ଧୁତା ରହିଆସିଛି। ବିବାହ କରି ବେଶ୍‌ ଖୁସି ଅଛି। ବାହାଘର ପୂର୍ବରୁ ଇଲି ମୋତେ ସମର୍ଥନ ଦେଇଆସୁଥିଲେ। ପରେ ମଧ୍ୟ ଏହି ସମର୍ଥନ ଜାରି ରହିବ। ଇଲି ଏବେ ଆମା ଗଁା ମିଠାପୁରରେ ମା’ଙ୍କ ପାଖରେ ରହିବେ। ଯଦି ସେ କିଛି ବ୍ୟବସାୟ କରିବାକୁ ଚାହାନ୍ତ ତା’ହେଲେ କରିପାରିବେ ବୋଲି ମନପ୍ରୀତ୍‌ କହିଛନ୍ତି। ଏବେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରୁଛି ଓ ଏହା ଉପରେ ମୋର ସମ୍ପୂର୍ଣ୍ଣ ଲକ୍ଷ୍ୟ ରହିବ। ଏବେ ଫିଟ୍‌ ନେଓ ଉପରେ ଧ୍ୟାନ ଦେଉଛି। ଅଲିମ୍ପିକ୍ସ ପୂର୍ବରୁ ଏକାଧିକ ଟୁର୍ନାମେଣ୍ଟ ଆୟୋଜନ ହେବ ଓ ଏଥିରେ ଫିଟ୍‌ନେସ୍‌ର ପ୍ରମାଣ ମିଳିବ। ଏବେ ଦଳ ଡିଫେନ୍ସ ଓ ଆଟାକ ଉପରେ ଅଧିକ ଧ୍ୟାନ ଦେଉଛି। ଅଲିମ୍ପିକ୍ସରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସେ ଅଶାପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟ ଟିମ୍‌କୁ ଗୁଳି କରିଦେବା ଦରକାର! କିଏ ଦେଲେ ଏମିତି ବିବାଦୀୟ ବୟାନ

କରାଚି,୨୦।୨: ଆଇସିସି ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ମ୍ୟାଚ ୧୯ ଫେବୃଆରୀରେ ଆୟୋଜକ ଏବଂ ଡିଫେଣ୍ଡିଂ ଚାମ୍ପିଅନ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା। ପ୍ରଥମ ମ୍ୟାଚରେ...

କ୍ରିକେଟର ନୁହେଁ ଏହି ପରିଚୟ ନେଇ ପ୍ରଶଂସକଙ୍କ ହୃଦୟରେ ରହିବାକୁ ଚାହୁଁଛନ୍ତି ଧୋନି

ନୂଆଦିଲ୍ଲୀ,୨୦।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ପ୍ରଶଂସକଙ୍କ ଖୁସି ବଢ଼ିବାରେ ଲାଗିଛି। ଏହାର କାରଣ ହେଉଛି ଆଇପିଏଲ ୨୦୨୫ ପାଖେଇ ଆସୁଛି...

ଶୁବମନ ଗିଲଙ୍କୁ କାହିଁକି କରାଗଲା ଟିମ ଇଣ୍ଡିଆର ଉପ-ଅଧିନାୟକ? ଜବାବ ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୦।୨: ଆଜି ଟିମ୍‌ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବାଂଲାଦେଶର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ।...

ପ୍ରଥମ ମ୍ୟାଚ୍‌ରେ ହାରିଲା ଆୟୋଜକ ପାକିସ୍ତାନ

କରାଚୀ, ୧୯।୨: ନ୍ୟାଶନାଲ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଉଦ୍‌ଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ୬୦ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଓ୍ବିଲ୍‌ ୟଙ୍ଗ୍‌...

ଭାରତର ଏହି ଷ୍ଟାର କ୍ରିକେଟରଙ୍କ WhatsApp ଆକାଉଣ୍ଟ ହ୍ୟାକ୍‌, କଲେ ଏଭଳି ଅପିଲ୍‌…

ନୂଆଦିଲ୍ଲୀ,୧୯।୨: ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ମହମ୍ମଦ କୈଫ ବଡ଼ ଅଡ଼ୁଆରେ ଫସି ଯାଇଛନ୍ତି। ତାଙ୍କର WhatsApp ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ସେ ଇନଷ୍ଟାଗ୍ରାମରେ ଏକ...

କେବେ ସୁଧୁରିବ ପାକିସ୍ତାନ! ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚରେ କଲା ଏମିତି ଭୁଲ

କରାଚି,୧୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଉଦଘାଟନୀ ମ୍ୟାଚରେ, ଆୟୋଜକ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। କରାଚୀର ନ୍ୟାଶନାଲ ଷ୍ଟାଡିୟମରେ, ମହମ୍ମଦ ରିଜୱାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ଟସ...

ପାକିସ୍ତାନରେ କୋଟି କୋଟି ଟଙ୍କାର କ୍ୟାମେରା କାହିଁକି ଲଗାଇଛି ICC? ଖେଳାଳିଙ୍କ ଉପରେ…

ଇସଲାମାବାଦ,୧୯।୨: ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଫେରିଛି। ପାକିସ୍ତାନ ଏବଂ ଦୁବାଇରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଆଇସିସି କୌଣସି ତ୍ରୁଟି ରଖିବାକୁ ଚାହୁଁନାହିଁ।...

Champions Trophy: କରାଚୀ ଛାତିରେ ଉଡିଲା ତ୍ରିରଙ୍ଗା, ବିବାଦ ପରେ ମୁଣ୍ଡ ନୁଆଁଇଲା ପାକିସ୍ତାନ

ନୂଆଦିଲ୍ଲୀ,୧୯।୨: ଶେଷରେ ପାକିସ୍ତାନକୁ ପୁଣି ଥରେ ଭାରତ ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ପଡିଛି। ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ, ପାକିସ୍ତାନର କରାଚୀ-ଲାହୋର ଷ୍ଟାଡିୟମର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image