ଦିଗପହଣ୍ଡି,୧୪ା୧୧(ଡି.ଏନ୍.ଏ.): ଦିଗପହଣ୍ଡି ପୋଲିସ ଡେଙ୍ଗାଓସ୍ତା ଗ୍ରାମର ଏକ ଦୋକାନରେ ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ବ୍ୟବସାୟୀ ୟୁ. କୈଳାସ ପାତ୍ରଙ୍କୁ ଗିରଫ କରିଛି। କୈଳାସ ବାଣ ବିକୁଥିବା ଖବର ପାଇ ଆଇଆଇସି ବସନ୍ତ କୁମାର ସେଠୀ, ଏସ୍ଆଇ ସସ୍ମିତା ସେଠୀ, ଏଏସ୍ଆଇ ଗୋବିନ୍ଦ ମଲ୍ଲିକ ସଦଳବଳ ଗଁାରେ ପହଞ୍ଚତ୍ ଦୋକାନରେ ଖାନତଲାସ କରିଥିଲେ। ସେଠାରେ ବିକ୍ରି ପାଇଁ ବେଆଇନ ଭାବେ ମହଜୁଦ ଥିବା ବାଣ ପ୍ୟାକେଟ୍ଗୁଡ଼ିକୁ ପୋଲିସ ଜବତ କରିଥିଲା। ଏ ନେଇ ନଂ.୨୬୯/୨୦ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।