ରାସ୍ତା ମଝିରେ ପୋଖରୀର ଭ୍ରମ

ଯୋଡ଼ା,୨୬ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼କାଳିମାଟି ପଞ୍ଚାୟତର କାଳିମାଟି- ଦବୁନା ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାସ୍ତାରେ ବଡ଼ ଖାଲ ହୋଇ ଅଣ୍ଟା ଉଚ୍ଚରେ ପାଣି ଜମୁଛି। ରାସ୍ତା ବିପର୍ଯ୍ୟସ୍ତ କାରଣରୁ ସ୍କୁଲ ବସ୍‌ ଯାଉପାରୁ ନ ଥିବା ବେଳେ ଟ୍ରକ୍‌ ଚକା ପର୍ଯ୍ୟନ୍ତ ବୁଡ଼ିଯାଉଛି। ସାଧାରଣରେ ଯାତାୟାତ ଏକ ପ୍ରକାର ଠପ୍‌ ହୋଇଯାଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ସୂଚନା ଅନୁଯାୟୀ, କାଳିମାଟିଠାରୁ ଦବୁନା ପ୍ରାୟ ୩ କି.ମି. ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀ ଖଣିଜ ପରିବହନ କରୁଛନ୍ତି। ଦୈନିକ ହଜାର ହଜାର ଖଣିଜ ବୋଝେଇ ଟ୍ରକ୍‌ ଯାତାୟାତ ଦ୍ୱାରା ଉକ୍ତ ରାସ୍ତାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ମରାମତି କରା ନ ଯାଇ ବିପର୍ଯ୍ୟସ୍ତ ରାସ୍ତାରେ ପରିବହନ କରାଯାଉଥିବାରୁ ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି। ବଡ଼ ଗର୍ତ୍ତ, ଖାଲଖମାରେ ବର୍ଷାପାଣି ଜମି ଏକ ପ୍ରକାର ପୋଖରୀର ଭ୍ରମ ସୃଷ୍ଟି ହେଉଛି। ଟ୍ରକ୍‌ଗୁଡ଼ିକ ରାସ୍ତାରେ ପରିବହନ କରିବା ବେଳେ ଚକା ପର୍ଯ୍ୟନ୍ତ ବୁଡ଼ିଯାଉଥିବା ବେଳେ ଅନେକ ସମୟରେ ଗାଡ଼ିର ଯନ୍ତ୍ରାଂଶ ଭାଙ୍ଗିଯାଉଛି। ସ୍ଥାନୀୟ ଅଞ୍ଚଳର ବିପିନ ପଲେଇ, ରଞ୍ଜିତ ବାରିକ, ଦେବବ୍ରତ ବାରିକ, ପରମେଶ୍ବର ନାଏକ କହିଛନ୍ତି, ଉକ୍ତ ରାସ୍ତା ଉପରେ ବଡ଼କାଳିମାଟି ଓ ବସନ୍ତପୁର ପଞ୍ଚାୟତର ପ୍ରାୟ ୧୫ ହଜାର ଲୋକ ନିର୍ଭର କରିଥାଆନ୍ତି। କାଳିମାଟିଠାରେ ଥିବା ସରକାରୀ ଡାକ୍ତରଖାନାକୁ ଆସିବାକୁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ରାସ୍ତାରେ ଲୋକେ ପାଦରେ ଚାଲିଚାଲି ଯିବା ବି ଅନୁପଯୋଗୀ ହୋଇଯାଇଛି। ସ୍ଥାନୀୟ କମ୍ପାନୀ ପରିବହନ କରି ଲାଭବାନ୍‌ ହେଉଛନ୍ତି, ଅଥଚ ମରାମତି କରୁନାହାନ୍ତି। ଦୁଇ ଦିନ ହେଲା ସ୍କୁଲ ଖୋଲିଥିବା ବେଳେ ରାସ୍ତା ଖରାପ ଯୋଗୁ ସ୍କୁଲ ବସ୍‌ ଯାତାୟାତ କରିପାରୁନି। ଯେଉଁ ବସ୍‌ ଯାଉଛି ତାହା ଦିନ ୧୧ଟା, ୧୨ଟାରେ ସ୍କୁଲ୍‌ରେ ପହଞ୍ଚୁଥିବା ସେମାନେ କହିଛନ୍ତି। ଛାତ୍ରୀଛାତ୍ର ୩ କି.ମି ଦୂର ପରିବର୍ତ୍ତେ ପ୍ରାୟ ୮ରୁ ୧୦ କି.ମି ବସ୍‌ରେ ଅତିକ୍ରମ କରିବା ପରେ ଘରେ ପହଞ୍ଚୁଛନ୍ତି। ବର୍ତ୍ତମାନ ବର୍ଷାଦିନ ଥିବାରୁ ସମସ୍ୟା ଆହୁରି ଜଟିଳ ହେବ। ଏଣୁ ଏହି ରାସ୍ତା ମରାମତି ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଯୋଡ଼ା ବିଡିଓ ଜଗନ୍ନାଥ ହନୁମାନଙ୍କୁ ପଚରାଯିବାରୁ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri