ଝାରସୁଗୁଡ଼ା ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ହେଲା ଅତ୍ୟାଧୁନିକ ବ୍ୟବସ୍ଥା

ଝାରସୁଗୁଡ଼ା ଅଫିସ,୧୪ା୭: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ(ଭିଏସ୍‌ଏସ୍‌) ବିମାନ ବନ୍ଦରରେ ପ୍ରତିକୂଳ ପାଗରେ ବିମାନ ଅବତରଣ କରିବାରେ ସମସ୍ୟା ଦେଖାଦେଉଥିଲା। ଏ ନେଇ ଅନେକ ସମୟରେ ବିମାନ ବାତିଲ କରିବାକୁ ପଡୁଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଠାରେ ଇନ୍‌ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ (ଆଇଏଲ୍‌ଏସ୍‌) ବ୍ୟବସ୍ଥା କରିବା ପାଇଁ ଯାତ୍ରୀମାନେ ଦାବି କରିଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ବିମାନ ବନ୍ଦର କର୍ତ୍ତୃପକ୍ଷ ୨୬କୋଟି ଟଙ୍କା ବ୍ୟୟରେ ଆଇଏଲ୍‌ଏସ୍‌ ସ୍ଥାପନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଇତିମଧ୍ୟରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ବେଳେ ବୁଧବାର ମଧ୍ୟରାତିରୁ ଏହା କାର୍ଯ୍ୟକ୍ଷମ ହେବ। ଫଳରେ ଆଗକୁ ଅବତରଣ କରିବାକୁ ଥିବା ସମସ୍ତ ବିମାନ ପ୍ରତିକୂଳ ପାଗରେ ଆଇଏଲ୍‌ଏସ୍‌ ସୁବିଧା ପାଇପାରିବେ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି।

Share