Categories: ଜାତୀୟ

‘ମୁଁ ୨୪ କ୍ୟାରେଟ କଂଗ୍ରେସ ଲୋକ’

ଜମ୍ମୁ,୨୭।୧୨: “ମୁଁ ୨୪ କ୍ୟାରେଟ୍‌ କଂଗ୍ରେସ ଲୋକ”। ଏଭଳି କହି କଂଗ୍ରେସ ଛାଡ଼ୁଥିବା ନେଇ ଚାଲିଥିବା ଅନିଶ୍ଚତତାରେ ପୂର୍ଣ୍ଣଛେଦ ପକାଇଛନ୍ତି ଗୁଲାମ ନବି ଆଜାଦ।
ଦୁଇ ମାସ ହେଲା ଜମ୍ମୁ-କଶ୍ମୀରରେ ପ୍ରଚାର କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜାଦ ଜମ୍ମୁର ଉପକଣ୍ଠ ଖୋଉର ଅଞ୍ଚଳରେ ଏକ ସର୍ବସାଧାରଣ ବୈଠକରେ କହିଛନ୍ତି, “ ହଁ, ମୁଁ ଜଣେ କଂଗ୍ରେସଲୋକ। କିଏ ତୁମକୁ କହିଲା ମୁଁ କଂଗ୍ରେସର ନୁହେଁ ବୋଲି? ମୁଁ ୨୪ କ୍ୟାରେଟ କଂଗ୍ରେସଲୋକ”। ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଭଳି ଆଜାଦ କଂଗ୍ରେସ ଛାଡ଼ିବା ନେଇ ଅନିଶ୍ଚିତତା ଦେଖାଦେଇଥିଲା।

ଗତବର୍ଷ ଠାରୁ କଂଗ୍ରେସର ସାଂଗଠନିକ ପରିବର୍ତ୍ତନ ଦାବି କରୁଥିବା ୨୩ ବରିଷ୍ଠ ନେତା(ଜି-୨୩)ଙ୍କ ମଧ୍ୟରେ ରହିଛନ୍ତି ଆଜାଦ। ସେ କହିଛନ୍ତି, ମୁଁ ଦଳ ଉପରେ ରାଗି ନାହିଁ। ଯେଉଁମାନେ ଦଳ ଭାଗ ଭାଗ କରୁଛନ୍ତି, ସେମାନଙ୍କୁ ଫାଟ ଦେଖାଯାଉଛି। ଆମେ କେବଳ ଲୋକଙ୍କୁ ଭଲପାଉ। ଆମକୁ ଏକଜୁଟ ରହିବାକୁ ପଡ଼ିବ।

Share