Categories: ଜାତୀୟ

ଭାଜପାରେ ଯୋଗଦେବା ପରେ ଏମିତି କହିଲେ ଅଭିନେତା ମିଥୁନ

କୋଲକାତା,୭।୩ : ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଛନ୍ତି ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। କୁର୍ତ୍ତା, କ୍ୟାପ ଓ ସନ ଗ୍ଲାସ ପିନ୍ଧି ସେ ଧରିଛନ୍ତି ଭାଜପା ପତାକା। ଏହି ଅବସରରେ ବେଙ୍ଗଲର ସବୁଠୁ ପ୍ରୀୟ ଅଭିନେତା କହିଛନ୍ତି, ”ମୁଁ ବେଙ୍ଗଲି ହୋଇଥିବାରୁ ଗର୍ବିତ। ଫିଲ୍ମରେ ମୋ ଡାଇଲଗକୁ ଆପଣମାନେ ଭଲ ପାଆନ୍ତି, ତାହା ମୋତେ ଜଣାଅଛି “। ଆଉ ନିଜ ଫିଲ୍ମର ଏକ ଡାଇଲଗ ବଙ୍ଗାଳୀରେ କହିଥିଲେ। ”ମୁଁ ଏଠାରେ ମାରିବି, ତୁମ ଶବ ପଡ଼ିବ ମଶାଣୀରେ“। ୭୦ ବର୍ଷୀୟ ଅଭିନେତା ଓ ପୂର୍ବତନ ତୃଣମୂଳ କଂଗ୍ରେସ ରାଜ୍ୟସଭା ସଦସ୍ୟଙ୍କ ଏହି ରାଜ୍ୟରେ ଅନେକ ପ୍ରଶଂସକଙ୍କ ଅଛନ୍ତି।

ଉଲ୍ଲେଖଥାଉ କି, ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ନିକଟରେ ମୁମ୍ବାଇ ସ୍ଥିତ ମିଥୁନଙ୍କ ବାସଭବନ ଗସ୍ତ କରିଥିଲେ। ଏହାପରେ ଭେଟେରାନ ଅଭିନେତା ଭାଜପାରେ ଯୋଗଦେବା ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା।

Share