‘ମୁଁ ବାପା ହେବାକୁ ଯାଉଛି’

ମୁମ୍ବାଇ: ଆୟନ ମୁଖାର୍ଜୀଙ୍କ ସ୍ବପ୍ନର ପ୍ରୋଜେକ୍ଟ ‘ବ୍ରହ୍ମାସ୍ତ୍ର’ ବର୍ତ୍ତମାନ ମୁକ୍ତିଲାଭ କରିସାରିଛି। ଫିଲ୍ମକୁ ହିଟ୍‌ ମଧ୍ୟ ସାବ୍ୟସ୍ତ କରାଯାଇଛି। ଆୟନଙ୍କ ସହ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ‘ବ୍ରହ୍ମାସ୍ତ୍ର’ରେ ପାଞ୍ଚ ବର୍ଷରୁ ଅଧିକ ସମୟ କାଟିଛନ୍ତି। ରିଲିଜ ପୂର୍ବରୁ ମଧ୍ୟ ଏହ ୩ଜଣ ଫିଲ୍ମକୁ ଜୋରଦାର ପ୍ରମୋଟ କରିଥିଲେ। ଗର୍ଭାବସ୍ଥାରେ ମଧ୍ୟ ଆଲିଆ ଫିଲ୍ମକୁ କ୍ରମାଗତ ଭାବରେ ପ୍ରମୋଟ କରିଥିଲେ। ସୋସିଆଲ ମିଡିଆରେ ରଣବୀରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଆୟନ ମୁଖାର୍ଜୀଙ୍କ ଉପରେ ଭୀଷଣ ରାଗୁଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ ରଣବୀରଙ୍କୁ ପ୍ରଥମଥର ପାଇଁ ଏତେ କ୍ରୋଧିତ ଦେଖିଛନ୍ତି।

ହଲ୍‌ରେ ସଫଳତା ପରେ ବର୍ତ୍ତମାନ ‘ବ୍ରହ୍ମାସ୍ତ୍ର’ ଓଟିଟି ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଫିଲ୍ମର ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଚାହୁଁଛନ୍ତି ଯେ ‘ବ୍ରହ୍ମାସ୍ତ୍ର’କୁ ପୁଣି ଥରେ ପ୍ରମୋଟ କରାଯାଉ। ତେଣୁ ଅଧିକରୁ ଅଧିକ ଲୋକ ଏହି ଫିଲ୍ମ ଦେଖିବେ। ଏହି ପ୍ରସଙ୍ଗରେ ରଣବୀର ରାଗିଯାଇ ଫୋନ୍‌ରେ କହୁଛନ୍ତି, ନା ଭାଇ, ହେଇଗଲା। ମୁଁ ବହୁତ କରିସାରିଛି। ମୁଁ ‘ବ୍ରହ୍ମାସ୍ତ୍ର’ର ପ୍ରମୋଟ କରିସାରିଛି। ‘ବ୍ରହ୍ମାସ୍ତ୍ର’ ଡିଜ୍‌ନି ପ୍ଲସ ହଟ୍‌ଷ୍ଟାରରେ ଆସୁଛି, ତେବେ ପ୍ରମୋଟର ମାନେ କ’ଣ?

ମୁଁ ବାପା ହେବାକୁ ଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି, ‘୧୫୦ ଡ୍ରୋନ୍‌ ଉଡ଼ାଇ ଦେଇଛି, ୨୫୦ ଲଡୁ ବାଣ୍ଟି ସାରିଛି। ବର୍ତ୍ତମାନ ମୁଁ କ’ଣ କରିବି, ସମସ୍ତଙ୍କ ଘରକୁ ଯିବି ଆଉ ହାତଯୋଡ଼ି କହିବି, ଲେଡିଜ ଏବଂ ଜେଣ୍ଟିଲମ୍ୟାନ ଆମର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଦେଖିବାକୁ ଯାଆନ୍ତୁ। ଏହା ଜିଜ୍‌ନି ପ୍ଲସ୍‌ ହଟଷ୍ଟାରରେ ହାସୁଛି। ଦୟାକରି ଦେଖନ୍ତୁ। ପ୍ରମୋଟ ବ୍ୟତୀତ କ’ଣ ଅନ୍ୟ କିଛି କଥା ନାହିଁ। ମୁଁ ବାପା ହେବାକୁ ଯାଉଛି, ଏହା ମୋ ଜୀବନର ଏକ ବଡ଼ ମୁହୂର୍ତ୍ତ। ରଣବୀରଙ୍କ ଏପରି ରାଗ ଦେଖି ପ୍ରଶଂସକମାନେ ମଧ୍ୟ ଡରି ଯାଇଛନ୍ତି।

Share