Posted inଜାତୀୟ

‘ମୁଁ ଜେଲ୍‌ ଯାଉଛି, ମୋର ମାତାପିତାଙ୍କ ଧ୍ୟାନ ରଖିବେ’; ଆତ୍ମସମର୍ପଣ ପୂର୍ବରୁ ଭାବପ୍ରବଣ ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ଦିଲ୍ଲୀବାସୀଙ୍କୁ ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି। ଜୁନ ୨ରେ ସୁପ୍ରିମକୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି କେଜରିୱାଲ। ଏହା ପୂର୍ବରୁ ଏକ ଭାବପ୍ରବଣ ବାର୍ତ୍ତା ଜାରି କରି ସେ କହିଛନ୍ତି, ମୁଁ ଦେଶକୁ ବଞ୍ଚାଇବା ପାଇଁ ଜେଲ ଯାଉଛି, ସେଠାରୁ ମୁଁ ଆପଣଙ୍କ ସେବା କରିବି । କିନ୍ତୁ ମୋର ପିତାମାତାଙ୍କ ଯତ୍ନ ଆପଣ ନେଉଥିବେ। ଆପଣଙ୍କ ପାଖକୁ ଆଉ ଆସି ପାରିବି ନାହିଁ କିନ୍ତୁ ବ୍ୟସ୍ତ ହେବେ ନାହିଁ, ମୁଁ ଜେଲରୁ ଥାଇ ସବୁ କାମର ତଦାରଖ କରିବି।

ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀବାସୀଙ୍କୁ କେଜରିଓ୍ବାଲ କହିଛନ୍ତି, ମୁଁ ଜେଲ ଭିତରେ ରହେ କି ବାହାରେ ରାଜ୍ୟର ଗୋଟିଏ ବି କାମ ବନ୍ଦ ହେବ ନାହିଁ। ମାଗଣା ବିଦ୍ୟୁତ, ମୋହାଲା କ୍ଲିନିକ, ଡାକ୍ତରଖାନାରେ ମାଗଣା ଔଷଧ ଏବଂ ଚିକିତ୍ସା, ମହିଳାମାନଙ୍କ ପାଇଁ ବସ ଯାତ୍ରା ଇତ୍ୟାଦି ଜାରି ରହିବ। ଯେତେବେଳେ ମୁଁ ଜେଲରୁ ଫେରିବି, ମୁଁ ପ୍ରତ୍ୟେକ ମା-ଭଉଣୀଙ୍କୁ ପ୍ରତି ମାସରେ ହଜାରେ ଟଙ୍କା ଦେବା ଆରମ୍ଭ କରିବି ।

କେଜ୍ରିୱାଲ ଆହୁରି କହିଛନ୍ତି, ଆପଣଙ୍କ ପରିବାରର ପୁଅ ଭାବରେ ମୁଁ ମୋର କର୍ତ୍ତବ୍ୟ ସର୍ବଦା ପୂରଣ କରିଆସୁଛି। ଏଥର ମୋ ପରିବାର ପାଇଁ କିଛି ନିବେଦନ କରୁଛି। ମୋର ପିତାମାତା ବହୁତ ବୟସ ହୋଇଗଲାଣି। ମା ବହୁତ ଅସୁସ୍ଥ ଅଛନ୍ତି । ମୁଁ ଯିବା ପରେ ମୋର ପିତାମାତାଙ୍କର ଯତ୍ନ ନେଉଥିବେ।


Enter your email to get our daily news in your inbox.

All Right Reserved By Dharitri.Com

Gold Price: ୭୫ହଜାର ଟଙ୍କା ଖସିଯିବ ସୁନାଦର! ଜଣାପଡିଲା କେଉଁଦିନ ହେବ

ନୂଆଦିଲ୍ଲୀ,୧୩।୪: ଗତ କିଛି ସପ୍ତାହ ଧରି ସୁନାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ସପ୍ତାହ ମଧ୍ୟରେ 24 କ୍ୟାରେଟ ସୁନାର ମୂଲ୍ୟ 5,010 ଟଙ୍କା...

ଜଳୁଛି ପଶ୍ଚିମବଙ୍ଗ; ଆଜି ସକାଳେ ମୁର୍ଶିଦାବାଦର ଧୂଲିଆନରେ ପୁଣି ଗୁଳିକାଣ୍ଡ, ୨ ଶିଶୁ…

କୋଲକାତା,୧୩।୪: ଓ୍ବକ୍‌ଫ ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁସଲମାନ ବହୁଳ ମୁର୍ଶିଦାବାଦ ଜିଲାରେ ଆରମ୍ଭ ହୋଇଥିବା ବିକ୍ଷୋଭ  ଉଗ୍ରରୂପ ନେଇଛି।  ରବିବାର ପୁଣି ଥରେ...

୭୮ ବର୍ଷରେ ରାଜଧାନୀ ଭୁବନେଶ୍ୱର: ବିକାଶଧାରାରେ ନୂଆ ସହର

ଦିନ ଥିଲା ଭୁବନେଶ୍ୱର କହିଲେ ଓଲ୍ଡଟାଉନ୍‌, କପିଳ ପ୍ରସାଦ, କପିଳେଶ୍ୱର ଏବଂ ସାମନ୍ତରାପୁର ଆଦି ଅଞ୍ଚଳକୁ ବୁଝାଉଥିଲା। ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା ଥିଲା ଏହି...

Jallianwala Bagh Massacre Day: ଆଜି ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଦିବସ, ଜାଣନ୍ତୁ ଏହାର ଇତିହାସ, ତ୍ୟାଗ ପଛର କାହାଣୀ

ଆଜି ଅପ୍ରେଲ ୧୩, ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୬ତମ ବାର୍ଷିକୀ। ୧୯୧୯ ମସିହାର ଏହି ଦିନ ଭାରତୀୟ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଭାବେ ଯୋଡ଼ି ହୋଇଥିଲା।...

ଗୌରବ ଖାନ୍ନା ସେଲିବ୍ରିଟି ମାଷ୍ଟରଶେଫ୍‌

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ଗୌରବ ଖାନ୍ନା ‘ସେଲିବ୍ରିଟି ମାଷ୍ଟରଶେଫ୍‌’ ପ୍ରଥମ ସିଜନର ଟାଇଟଲ ହାସଲ କରିଛନ୍ତି। ଶୁକ୍ରବାର ରାତିରେ ଆୟୋଜିତ ଗ୍ରାଣ୍ଡ ଫିନାଲେ...

ଛାତ୍ରବାସରେ ପ୍ରେମିକାଙ୍କୁ ପାଖରେ ରଖିବା ପାଇଁ ସୁଟ୍‌କେସ୍‌ରେ ପୁରାଇଲେ

ସୋନିପଥ, ୧୩।୪: ହରିୟାଣା ସୋନିପଥସ୍ଥିତ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। ଜଣେ ଛାତ୍ର ନିଜ ପ୍ରେମିକାଙ୍କୁ ପାଖରେ ରଖିବା...

ରାଜ୍ୟପାଳ ଅଲୋଡ଼ା: ତାମିଲନାଡ଼ୁ ଆଣିଲା ୧୦ ଆଇନ

ଚେନ୍ନାଇ,୧୩/୪ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୧୦ ନୂଆ ଆଇନ ହେଲା ତାମିଲନାଡ଼ୁ ଫିଶେରିଜ୍‌ ୟୁନିଭର୍ସିଟି (ସଂଶୋଧନ) ଆଇନ-୨୦୨୦, ତାମିଲନାଡୁ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image