ମୁଁ ଯାଉଛି ମୋ ପୁଅକୁ ରଖିବେ

ଝାରସୁଗୁଡ଼ା ଅଫିସ,୧୦।୬: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କନକତୋରା ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ କାର୍ଯ୍ୟରତ ପିଅନ ତଥା ରାତି ଜଗୁଆଳ ପଦ୍ମଲୋଚନ ରଣା (୪୦) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ରେଙ୍ଗାଲି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ମାମଲା (ନଂ.୧୩/୨୨) ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ତଦନ୍ତ ବେଳେ ପାରିବାରିକ କଳହରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଲିସ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଉକ୍ତ ସୁଇସାଇଡ ନୋଟ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଯାଉଛି ମୋ ପୁଅକୁ ମୋ ସ୍ଥାନରେ ରଖିବେ। ପଦ୍ମଲୋଚନ ହସ୍ପିଟାଲର ଡାକ୍ତର ମାଡାମଙ୍କୁ ସୁଇସାଇଡ୍‌ ନୋଟ୍‌ରେ ଏଭଳି ଅନୁରୋଧ କରିଛନ୍ତି।