Categories: ଜାତୀୟ

‘ମୁଁ ଜଣେ ହିନ୍ଦୁ, ଚାହିଁଲେ ଗୋମାଂସ ଖାଇପାରିବି’

ବେଙ୍ଗାଲୁରୁ,୨୪।୫: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ସିଦ୍ଧରମୈୟା ଗୋମାଂସ ନିଷେଧ ବିବାଦକୁ ପୁଣି ତାଜା କରିଦେଇଛନ୍ତି। ସେ କହିଛନ୍ତି, ମୁଁ ଜଣେ ହିନ୍ଦୁ ଏବଂ ଏପର୍ଯ୍ୟନ୍ତ ଗୋମାଂସ ଖାଇ ନାହିଁ, କିନ୍ତୁ ମୁଁ ଚାହିଁଲେ ନିଶ୍ଚିତ ଭାବରେ ଏହାକୁ ଖାଇବି। ଖାଦ୍ୟ ମୋର ଅଭ୍ୟାସ ଏବଂ ମୋର ଅଧିକାର, ମୁଁ ଯାହା ଚାହିଁବି ତାହା ଖାଇପାରିବି। ସିଦ୍ଧରମୈୟା ଭାଜପାକୁ ଟାର୍ଗେଟ କରି କହିଛନ୍ତି, ତୁମେ କିଏ ପ୍ରଶ୍ନ କରିବ?
ତୁମାକୁରୁ ଜିଲାର ଏକ ସମାବେଶକୁ ସମ୍ବୋଧିତ କରି ସିଦ୍ଧରମୈୟା ଆରଏସଏସ ଉପରେ ଧର୍ମ ମଧ୍ୟରେ ଏକ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଗୋମାଂସ କେବଳ ମୁସଲମାନ ଖାଆନ୍ତି ନାହିଁ, ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ମଧ୍ୟ ଗୋମାଂସ ଖାଆନ୍ତି।
କର୍ନାଟକରେ ଭାଜପା ସରକାର ଜାନୁଆରୀ ୨୦୨୧ରେ ଗୋସୁରକ୍ଷା ଆଇନ, ୨୦୨୦ ପ୍ରଣୟନ କରିଥିଲେ। ଏହି ନିୟମ ଅନୁଯାୟୀ ସମସ୍ତ ପ୍ରକାରର ଗୋରୁ କିଣିବା, ବିକ୍ରୟ, ପରିବହନ, ହତ୍ୟା ଏବଂ ବେପାର କରିବା ଏଠାରେ ବେଆଇନ ଅଟେ। ଏହି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମନା ଏବଂ ସାତ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ।

Share