Categories: ଜାତୀୟ

‘ମୁଁ ୨୦୧୮ ନୁହେଁ, ୨୦୨୩ର ମଡେଲ’

ଭୋପାଳ,୧୮।୮: ମଧ୍ୟପ୍ରଦେଶର ନିର୍ବାଚନ ପାଇଁ ରାଜ୍ୟରେ ରାଜନୀତି ସରଗରମ ହୋଇଛି। କଂଗ୍ରେସ ରାଜ୍ୟରେ ପୁଣି ଥରେ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଥିବାବେଳେ କୌଣସି ପରିସ୍ଥିତିରେ ଭାଜପା ଏହି ରାଜ୍ୟରେ କ୍ଷମତାରୁ ବଞ୍ଚିତ ହେବାକୁ ଚାହୁଁନାହିଁ। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଏକ ଖବରଦାତା ସମ୍ମିଳନୀ କରି ଭାଜପା ସରକାରଙ୍କ ଦୁର୍ନୀତିର ଖୁଲାସା କରିଥିବା ଦାବି କରିଛନ୍ତି। ସେ ଏ ସମ୍ପର୍କରେ ଏକ ଚାର୍ଜସିଟ ମଧ୍ୟ ଜାରି କରିଛନ୍ତି।
ଭାଜପାର ଶିବରାଜ ସିଂ ଚୌହାନ ସରକାରଙ୍କ ବିରୋଧରେ ଚାର୍ଜସିଟ ପ୍ରକାଶ କରିବା ପରେ କମଲ ନାଥ କହିଛନ୍ତି ଯେ, ମୁଁ ଗତ ୪୫ ବର୍ଷ ଧରି ରାଜନୀତି କରିଆସୁଛି, ଆଜି ପର୍ଯ୍ୟନ୍ତ କେହି ମୋତେ ଆଙ୍ଗୁଠି ଦେଖାଇ ପାରିବେ ନାହିଁ। ବର୍ତ୍ତମାନ ମୁଁ ୨୦୧୮ର ମଡେଲ ନୁହେଁ, ମୁଁ ୨୦୨୩ର ମଡେଲ। ଏହି ସରକାର ପ୍ରଚାର, ଦୁର୍ନୀତି ଏବଂ ଅତ୍ୟାଚାରର ସରକାର। ଆମେ ସେମାନଙ୍କ ଅସଲ ମୁଖା ଖୋଲିବୁ ବୋଲି ସେ କହିଛନ୍ତି।

Share