Categories: ଜାତୀୟ

‘ମୁଁ ଇଡିକୁ ଡରୁନି’

ମୁମ୍ବାଇ,୨।୭: ମୁଁ ଜୀବନରେ କିଛି ଭୁଲ କରି ନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ କାହିଁକି ଡରିବି ବୋଲି ୧,୦୩୪ କୋଟି ଟଙ୍କାର ପାତ୍ର ଚାଓ୍ବଲ ଜମି ଦୁର୍ନୀତି ମାମଲାରେ ଶୁକ୍ରବାର ତଦନ୍ତକାରୀ ସଂସ୍ଥା ଅଫିସ୍‌ରେ ହାଜର ହେବା ପରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି। ସଞ୍ଜୟ ଆଇନ ଅନୁସାରେ ଇଡିକୁ ସମସ୍ତ ସୂଚନା ଦେବା ଏବଂ ତଦନ୍ତରେ ସହଯୋଗ କରିବା କର୍ତ୍ତବ୍ୟ ସେ ପାଳନ କରିଥିବା କହିଛନ୍ତି। ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଭିତରେ ଇଡିର ମୁମ୍ବାଇ ଅଫିସ୍‌ରୁ ତାଙ୍କୁ ସମନ କରାଯାଇଥିଲା। ଏଥିପାଇଁ ସଞ୍ଜୟ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ଇଡି ତାଙ୍କୁ ଗିରଫ କରୁ ବୋଲି ଚ୍ୟାଲେଞ୍ଜ କରିଥିଲେ। ଉକ୍ତ ମନିଲଣ୍ଡରିଂ ମାମଲାରେ ସଞ୍ଜୟ, ସ୍ତ୍ରୀ ବର୍ଷା ଏବଂ ତାଙ୍କର ଜଣେ ବିଜନେସ୍‌ ସହଯୋଗୀ ପ୍ରବୀଣ ଇଡି ସ୍କାନରରେ ରହିଥିଲେ। ଏହି ଦୁର୍ନୀତିରେ ୨ କୋଟି ଟଙ୍କାର ସମ୍ପତ୍ତି ବର୍ଷାଙ୍କ ନାମରେ ଥିବାବେଳେ ୯ କୋଟି ଟଙ୍କା ମୂଲ୍ୟର ୮ଟି ପ୍ଲଟ୍‌ ପ୍ରବୀଣଙ୍କ ନାଁରେ ଥିବା ଇଡି କହିଥିଲା।

Share