Categories: ଜାତୀୟ

ମୁଁ ଏଯାଏ ବୁଢ଼ା ହୋଇନାହିଁ, ବଡ଼ବଡ଼ିଆଙ୍କୁ ବି କରିପାରେ ସାବାଡ୍‌: କାହାକୁ ଏମିତି ଚେତାବନୀ ଦେଲେ ଶରଦ ପାଓ୍ବାର

ମୁମ୍ବାଇ,୧୮।୧୨: ଏନସିପି ସଭାପତି ଶରଦ ପାୱାରଙ୍କର ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଛି। ସେ ପୁତୁରା ଅଜିତ ପାୱାରଙ୍କ ନାଁ ନେଇ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୁଁ ଏଯାଏ ବୁଢ଼ା ହୋଇନାହିଁ, ଏବେ ବି ବଡ଼ବଡ଼ିଆଙ୍କୁ ବି ସାବାଡ୍‌ କରିପାରେ ବୋଲି ଶରଦ ପାଓ୍ବାର କହିଛନ୍ତି।
ପୁଣେର ଆଲନ୍ଦୀରେ ଶଗଡ ଗାଡ଼ି ଦୌଡ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ସମୟରେ ଏଠାରେ ଲଗାତର ବର୍ଷା ହେଉଥିଲା। ଏହା ସତ୍ତ୍ୱେ ଶରଦ ପାୱାର ଦୃଢ ଭାବରେ ଠିଆ ହୋଇ ସମ୍ବୋଧନ ଜାରି ରଖିଥିଲେ। ପାୱାର ଏଠାରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି, ଆଜି ବର୍ଷା ହେତୁ ଏଠାରେ ଆମର ଯୋଜନା ବ୍ୟାହତ ହୋଇଛି। କିନ୍ତୁ ଆମେ ଏତେ ସହଜରେ ହାର ମାନିବା ନାହିଁ। ଭବିଷ୍ୟତରେ ମଧ୍ୟ ଆମର ସଂଗ୍ରାମ ଜାରି ରଖିବା ଆବଶ୍ୟକ। ମୋର ବୟସ ୮୪, କିନ୍ତୁ ମୁଁ ଏପର୍ଯ୍ୟନ୍ତ ବୃଢ଼ା ହୋଇନାହିଁ। କିଛି ଲୋକଙ୍କୁ ସିଧା କରିବା ପାଇଁ ମୋର ଶକ୍ତି ଅଛି।
ଅଜିତ ପାୱାରଙ୍କ ସମେତ ଅନେକ ନେତା ତାଙ୍କ ବୟସ ଉପରେ ମନ୍ତବ୍ୟ ଦେଉଛନ୍ତି। ଏହାକୁ ନେଇ ପାଓ୍ବାର ସେମାନଙ୍କୁ ଏପରି ଜବାବ ଦେଇଥିବା କୁହାଯାଉଛି। ପୁତୁରାଙ୍କଠାରୁ ଅଲଗା ହେବାପରେ ଶରଦ ପାୱାର ପୁଣିଥରେ ନିଜ ଦଳକୁ ମଜଭୁତ କରିବାକୁ ଚେଷ୍ଟା କରୁଛନ୍ତି।

Share