Categories: ଜାତୀୟ

‘ମୁଁ ରାଷ୍ଟ୍ରପତି ଦୌଡରେ ନାହିଁ’

ନୂଆଦିଲ୍ଲୀ,୧୪।୬: ଦେଶରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ଏବେ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଉପରେ ବିଚାର କରୁଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ କାହାକୁ ପ୍ରାର୍ଥୀ କରାଯିବ ସେନେଇ ସମସ୍ତ ପ୍ରକାର କଳ୍ପନାଜଳ୍ପନା କରାଯାଉଛି। ଏହି ସମୟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ଶରଦ ପାୱାର ଏକ ବିବୃତ୍ତି ଦେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ଶରଦ ପାୱାର କହିଛନ୍ତି ଯେ, ମୁଁ ରାଷ୍ଟ୍ରପତି ଦୌଡରେ ନାହିଁ। ମୁଁ ରାଷ୍ଟ୍ରପତି ପ୍ରାର୍ଥୀ ନୁହେଁ। ଶରଦ ପାୱାର ଏନସିପି କ୍ୟାବିନେଟ ବୈଠକରେ ଏହା କହିଛନ୍ତି।
ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଏନସିପି ସଭାପତି ଶରଦ ପାୱାରଙ୍କ ନାମ ଅନେକ ଥର ଚର୍ଚ୍ଚା ହୋଇଛି। କିନ୍ତୁ ସମୟ ସମୟରେ ଶରଦ ପାୱାର ଏହାକୁ ଅସ୍ବୀକାର କରି ନିଜ ଇଚ୍ଛାରୁ ମୁହଁ ଫେରାଇ ନେଇଛନ୍ତି। କିନ୍ତୁ ତାଙ୍କ ନାମର ଆଲୋଚନା ଜାରି ରହିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଂଗ୍ରେସ, ଟିଏମସି, ଆମ ଆଦମୀ ପାର୍ଟି ଏବଂ ଡିଏମକେ ପରେ ବର୍ତ୍ତମାନ ଶିବସେନା ମଧ୍ୟ ଶରଦ ପାୱାରଙ୍କ ନାମରେ ରାଜି ହୋଇଛନ୍ତି।

Share