‘ଦୀପିକାଙ୍କ ପାଇଁ ମୁଁ ଗର୍ବିତ’

ମୁମ୍ବାଇ: ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ୍‌ କହାନୀ’ ଏବେ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମ ଦେଖିବା ସମୟରେ ଅଭିନେତ୍ରୀ ଦୀପିକା ପାଦୁକୋନ କରତାଳି, ହ୍ବିସିଲ୍‌ ମାରି କିପରି ଖୁସି ହେଉଥିଲେ ତାହା ଫ୍ୟାନ୍‌ଙ୍କ ସହ ଶେୟାର କରିଛନ୍ତି ସ୍ବାମୀ ତଥା ଅଭିନେତା ରଣବୀର ସିଂ।

ରଣବୀର କହିଛନ୍ତି, ଦୀପିକା ଏହି ଫିଲ୍ମକୁ ବହୁତ ପସନ୍ଦ କରିଛନ୍ତି। ସେ କହିଛନ୍ତି, ‘ସେ ପ୍ରକୃତରେ ଏହାକୁ ଭଲ ପାଉଥିଲେ। ଏହା ମୋ’ ଜୀବନର ସବୁଠାରୁ ସ୍ମରଣୀୟ ତଥା ପୂର୍ଣ୍ଣ ଫିଲ୍ମ ଦେଖିବାର ଅନୁଭୂତି ଥିଲା। ମୁଁ ଦୀପିକାଙ୍କୁ ଶନିବାର ରାତିରେ ଫିଲ୍ମ ଦେଖିବା ପାଇଁ ନେଇଥିଲି। ଶେଷରେ ଆମେ ଦୁହେଁ ବସିଥିଲୁ। ଏହାର ପ୍ରତ୍ୟେକ ଲାଇନ୍‌ ଏବଂ ଫିଲ୍ମଟି ମୁଁ ପୂର୍ବରୁ ଦେଖିସାରିଥିଲି। ତେଣୁ ମୁଁ ତାଙ୍କ ପ୍ରତିକ୍ରିୟା ଦେଖିବା ପାଇଁ ପ୍ରକୃତରେ ସେଠାକୁ ଯାଇଥିଲି। ଫିଲ୍ମ ଦେଖିବା ସମୟରେ ଦୀପିକା କେବଳ ହସୁଥିଲେ, କାନ୍ଦୁଥିଲେ, କରତାଳି ଦେଉଥିଲେ, ଚିତ୍କାର କରୁଥିଲେ ଏବଂ ଅଧିକାଂଶ ସମୟରେ ମୋ’ ଆଡକୁ ମୁହଁ କରି ‘ଓ୍ବାଓ’ ବୋଲି କହୁଥିଲେ। ତେଣୁ ଏହା ହିଁ ମୋ’ ପାଇଁ ସର୍ବୋତ୍ତମ ଥିଲା। ଦୀପିକାଙ୍କ ପାଇଁ ମୁଁ ବହୁତ ଗର୍ବିତ ଏବଂ ଏଥିରେ ବହୁତ ଖୁସି ବି ଅଟେ।

Share