Categories: ଜାତୀୟ

ପୁଣି ବାବା ରାମଦେବଙ୍କୁ ଲାଗିଲା ଝଟ୍‌କା: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଲା ଆଇଏମଏ

ନୂଆଦିଲ୍ଲୀ,୨୨।୨: କରୋନା ଭାଇରସ ସହିତ ଲଢିବା ପାଇଁ ପତଞ୍ଜଳିଙ୍କ କରୋନିଲକୁ ସମର୍ଥନ କରିଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ନିନ୍ଦା କରିଛି ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ)। ସୋମବାର ଆଇଏମଏ କହିଛି ଯେ, ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମସିଆଇ)ର ନିୟମ ଅନୁଯାୟୀ କୌଣସି ଡାକ୍ତର କୌଣସି ଔଷଧକୁ ପ୍ରୋତ୍ସାହିତ କରିପାରିବେ ନାହିଁ। ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ନିଜେ ଜଣେ ଡାକ୍ତର, ତେଣୁ ସେ ନିୟମ ବିରୋଧରେ କାର୍ଯ୍ୟ କରିଛନ୍ତି। ତେଣୁ ଏହାର ଉତ୍ତର ତାଙ୍କୁ ଉତ୍ତର ଦେବାକୁ ପଡ଼ିବ। ଆୟୁର୍ବେଦିକ ଔଷଧ ‘କରୋନିଲ’ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରମାଣିତ ହୋଇନି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସାଉଥ-ଇଷ୍ଟ ଏସିଆ ଏକ ଟୁଇଟ୍‌ କରିଛି। ଯେଉଁଥିରେ ଉଲ୍ଲେଖ ରହିଛି ଡବ୍ଲୁଏଚ୍‌ଓ କୋଭିଡ ପାଇଁ କୌଣସି ଟ୍ରାଡିସନାଲ (ଆୟୁର୍ବେଦିକ) ଔଷଧ ବାବଦରେ ସମୀକ୍ଷା କରେ ନାହିଁ କି ପ୍ରମାଣପତ୍ର ଦିଏ ନାହିଁ। ହେଲେ ଫେବୃଆରୀ ୧୯ରେ ଏହି ଔଷଧର ଉନ୍ମୋଚନ ବେଳେ ପତଞ୍ଜଳିର ପ୍ରମୋଟର ତଥା ଯୋଗଗୁରୁ ବାବ ରାମଦେବ କହିଥିଲେ ଏହି ଔଷଧ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଜିଏମପି ଓ ବୈଜ୍ଞାନିକଙ୍କ ଦ୍ୱାରା ପ୍ରମାଣିତ। ଏବେ ଏହାକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷବର୍ଦ୍ଧନଙ୍କର ସ୍ପଷ୍ଟୀକରଣ ମାଗିଛି। ସୂଚନାଯୋଗ୍ୟ, ଫେବୃଆରୀ ୧୯ରେ ରାମଦେବ ଏହି ଔଷଧ ବାବଦରେ ପ୍ରେସ କନଫରେନସ କରିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଦନ, ନୀତିନ ଗଡ଼କରୀ ଏବଂ ପତଞ୍ଜଳିର ସିଇଓ ଆଚାର୍ଯ୍ୟ ବାଲକ୍ରିଷ୍ଣନ୍‌ ତାଙ୍କ ପାଖରେ ଉପସ୍ଥିତ ଥିଲେ।

Share