କାଉଡ଼ି ଯାତ୍ରାକୁ ନେଇ ଚିନ୍ତା ପ୍ରକଟ କଲା ଆଇଏମ୍‌ଏ

ଡେରାଡୁନ,୧୩।୭: ଜୁଲାଇ ୨୫ରୁ ଆରମ୍ଭ ହେବାକୁ ଥିବା କାଉଡି ଯାତ୍ରାକୁ ଅନୁମତି ଦେବା ପାଇଁ ଉତ୍ତରାଖଣ୍ଡ ସରକାର ବିଚାର କରୁଛନ୍ତି। ଇତିମଧ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ଜୋର ଧରିଛି। ଏନେଇ ଉତ୍ତରାଖଣ୍ଡର ଇଣ୍ଡିଆନ ମେଡିକାଲ ସାଇନ୍ସ(ଆଇଏମ୍‌ଏ) ପକ୍ଷରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ଏକ ଚିଠି ଲେଖାଯାଇଛି। ଉକ୍ତ ଚିଠିରେ ଯାତ୍ରା ଉପରେ ରୋକୋ ଲଗାଇବାକୁ ଦାବି କରାଯାଇଛି। ସୂଚନା ମୁତାବକ କରୋନା ମହାମାରୀର ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଆଇଏମ୍‌ଏ ଏହି ପ୍ରସଙ୍ଗ ଉପରେ ସ୍ବର ଉଠାଇଛି। ତେଣୁ ଏନେଇ ଆଇଏମ୍‌ଏର ରାଜ୍ୟ ସଚିବ ଡାକ୍ତର ଅଜୟ ଖନ୍ନା ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି କହିଛନ୍ତି, ରାଜ୍ୟରେ କାଉଡି ଯାତ୍ରା ପାଇଁ ସରକାର ଅନୁମତି ନ ଦିଅନ୍ତୁ। କାରଣ ବିଶେଷଜ୍ଞଙ୍କ କହିବା ଅନୁସାରେ ଜୁଲାଇ ଓ ଅଗଷ୍ଟରେ କରୋନାର ତୃତୀୟ ଲହର ଆସିବାର ବହୁ ସମ୍ଭାବନା ରହିଛି। ଯଦି କାଉଡି ଯାତ୍ରା ଅନୁଷ୍ଠିତ ହେବ ତେବେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ଅଜୟ ଖନ୍ନା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କରୋନାର ପ୍ରଥମ ଲହର ପରେ କେହି କରୋନା ନିୟମ ପାଳନ କଲେ ନାହଁି, ଯେଉଥିପାଇଁ ଦେଶକୁ ଦ୍ୱିତୀୟ ଲହରର ତାଣ୍ଡବର ସାମ୍ନାକୁ କରିବାକୁ ପଡ଼ିଲା।

Share