Categories: ଖେଳ

ମାନସିକ ଶାନ୍ତି ପାଇଁ କ୍ରିକେଟରୁ ନେଇଥିଲି ରିଟାୟାରମେଣ୍ଟ, ଏବେ ପୁଣି ଫେରିବି…

ଇସଲାମବାଦ,୧।୧୨ ପାକିସ୍ତାନ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଇମାଦ ଓ୍ବାସିମ ଗତ ମାସରେ କ୍ରିକେଟରୁ ସନ୍ୟାସ ନେଇଥିଲେ। ଇମାଦ ପାକିସ୍ତାନ ପାଇଁ ୫୫ ଓ୍ବାନ ଡେ ଓ ୬୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ପାକିସ୍ତାନ କ୍ରିକେଟ ଟିମ ପାଇଁ ଏକ ଶକ୍ତିଶାଳୀ କ୍ରିକେଟର କହିଲେ ଅତ୍ୟୁକ୍ତି ହେବ ନାହିଁ। ଇମାଦ ନିଜ ଶେଷ ଓ୍ବାନ ଡେ ଇଣ୍ଟରନାଶନାଲ ମ୍ୟାଚ ୨୦୨୦ରେ ଓ ଟି-୨୦ ମ୍ୟାଚ ଚଳିତ ବର୍ଷ ଖେଳିଥିଲେ। ତେବେ ବର୍ତ୍ତମାନ ସେ ପୁଣି ଲେଉଟିବା ନେଇ ସଙ୍କେତ ଦେଇଛନ୍ତି। ନିଜ ମାନସିକ ଶାନ୍ତି ପାଇଁ ସେ ସନ୍ୟାସ ନେବା ପାଇଁ ଚିନ୍ତା କରିଥିଲେ, ଏବେ ପୁଣି ସେ ଫେରିବାକୁ ଚିନ୍ତା କରୁଛନ୍ତି।

୩୪ବର୍ଷରେ ସେ କ୍ରିକେଟରୁ ସନ୍ୟାସ ନେବାର କାରଣ ପଚରାଯିବାରୁ ଇମାଦ କହିଛନ୍ତି, ମାନସିକ ଶାନ୍ତି ପାଇବା ପାଇଁ ମୁଁ ରିଟାୟାରମେଣ୍ଟ ନେଇଥିଲି। କିନ୍ତୁ ଏହି ନିଷ୍ପତ୍ତି ୟୁ ଟର୍ନ ପାଇଁ କଦାପି ନେଇ ନ ଥିଲି। କିନ୍ତୁ ଏବେ ଚାହିଁଲେ ମୁଁ ଟିମ୍‌କୁ ଫେରି ପାରିବି।

Share