ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଅବହେଳିତ

ସମ୍ବଲପୁର,୧୧ା୪(ବ୍ୟୁରୋ): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ହେଲେ ସମ୍ବଲପୁର ଗଙ୍ଗାଧର ମେହେର ଛକରେ ଥିବା ସଂଗ୍ରାମୀ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତି ଅବହେଳିତ ହୋଇପଡିଛି। ଭାରତର ସ୍ବାଧୀନତା ସଂଗ୍ରାମରେ ଯେଉଁ କେତେଜଣ ସଂଗ୍ରାମୀ ଦେଶ ପାଇଁ ବ୍ରିଟିଶ ଶାସନ ବିରୋଧରେ ଆନ୍ଦୋଳନ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ମିଶ୍ର ଅନ୍ୟତମ। ସ୍ବର୍ଗତ ମିଶ୍ର ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇ ୧୭ବର୍ଷ କାରାବରଣ କରିଥିଲେ। ଏଭଳି ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିକୁ ଜିଲା ପ୍ରଶାସନ ଉପେକ୍ଷା କରିବା ପରିତାପର ବିଷୟ ବୋଲି ଭାଜପା ନେତା ସୂର୍ଯ୍ୟ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ଏହାସହ ରକ୍ଷଣାବେକ୍ଷଣ କରିବାକୁ ଦାବି କରିଛନ୍ତି।

Share