Categories: ଖେଳ

ମ୍ୟାଚ୍‌ ଚାଲୁଥିବା ସମୟରେ ହଠାତ୍‌ ଡ୍ରେସିଂ ରୁମ୍‌କୁ ଦୌଡିଲେ ଏହି ଖେଳାଳି, ଜାଣନ୍ତୁ କାହିଁକି

କରାଚି,୧୭।୧୧:ପାକିସ୍ତାନ ସୁପର ଲିଗ (ପିଏସଏଲ) ଏବେ ଚାଲିଛି। ଗତ ମାର୍ଚ୍ଚରେ ପ୍ଲେ ଅଫ ପୂର୍ବରୁ କରୋନା ଭାଇରସ କାରଣରୁ ପିସିଏ୍‌କୁ ସ୍ଥଗିତ ରଖାଯାଇଥିଲା ଏବଂ ଏବେ ଟୁର୍ନାମେଣ୍ଟ ସମାପ୍ତ ହେବ। ଗତ ଶନିବାର ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା। ପାକିସ୍ତାନ ସୁପର୍‌ ଲିଗ ପିଏସଏଲର ପ୍ରଥମ ଏଲିମିନେଟର ମୁକାବିଲା ପେଶାୱର ଜଲମୀ ଓ ଲାହୋର କଲନ୍ଦର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଲାହୋର କଲନ୍ଦର୍ସ ସହଜରେ ଜିତିଥିଲା। ତେବେ ଏହି ମ୍ୟାଚରେ କିଛି ଏଭଳି ଘଟଣା ଘଟିଥିଲା ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଲାହୋର ଜଲମୀ ପକ୍ଷରୁ ଖେଳୁଥିବା ମହମ୍ମଦ ହଫିଜ ବ୍ୟାଟିଂ କରୁଥିବା ବେଳେ ହଠାତ୍‌ ପଡିଆ ଛାଡି ପଳାଇଥିଲେ। ତେବେ ସେ ହଠାତ୍‌ କୁଆଡେ ଗଲେ, ତାକୁ ନେଇ ଆଲୋଚନା। ପରେ ଜଣାପ ଯେ ସେ ଶୌଚାଳୟ ଯାଇଥିଲେ। ତେବେ ମ୍ୟାଚ୍‌ରେ କମେଣ୍ଟ୍ରୀ କରୁଥିବା ରମୀଜ ରାଜା ଫିଲ୍ଡିଂ କରୁଥିବା ଶୋଏବ ମଲିକ, ୱହାବ ରିଆଜ ଓ ଇମାମ-ଉଲ-ହକଙ୍କୁ ଏକଥା ପଚାରିଲେ, ଜବାବରେ ଇମାମ କହିଲେ ଯେ ହଫିଜ ୨ ଓଭର୍‌ ହେଲା କହିଆସୁଛନ୍ତି ଯେ ତାଙ୍କୁ ଟଏଲେଟ ଲାଗୁଛି। ଏହା ଶୁଣି ବାକି ଖେଳାଳି ଖୁବ ହସିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହୋଇଛି।

Share