Categories: ଜାତୀୟ

ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ରାଜ୍ୟରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ, ୧୨।୦୭: ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି ଆଗାମୀ କିଛିଦିନ ମଧ୍ୟରେ ପୂର୍ବ-ଉତ୍ତର ପ୍ରଦେଶ, ଦିଲ୍ଲୀ-ଏନ୍‌ସିଆର ଏବଂ ଉତ୍ତର ସହିତ ପୂର୍ବୋତ୍ତର ଭାରତରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି । ପାଣିପାଗ ବିଭାଗ ବିହାର ଏବଂ ଉତ୍ତର ପ୍ରଦେଶର କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବରୁ ଆଲର୍ଟ ଜାରି କରିଥିଲା ।

ତେବେ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ଅନୁସାରେ, ଦିଲ୍ଲୀ ଏନ୍‌ସିଆରରେ ସାମାନ୍ୟ ବାଦଲ ଛାଇ ରହିଥିବାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ଓଡ଼ିଶାରେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢିବ। ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ପାଇଁ ପାଣିପାଗ କେନ୍ଦ୍ର ୮ ଜିଲାକୁ ୟେଲୋ ୱାର୍ନିଂ ଜାରି କରିଛି।

Share