ନୂଆଦିଲ୍ଲୀ,୨୬ ।୧୨: ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି କି ଆସନ୍ତା ୫ ଦିନ ଥରିବ ଉତ୍ତର ଭାରତ । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହରିୟାଣା ଓ ଚଣ୍ଡିଗଡ଼ର କିଛି ଅଞ୍ଚଳରେ ଘନ କୁହୁଡି ଦେଖାଯିବ । ଆଇଏମଡି କହିଛି ପଶ୍ଚିମ ଉତ୍ତର ପ୍ରଦେଶ ଓ ରାଜସ୍ଥାନର ଭିନ୍ନ ଭିନ୍ନ ଅଞ୍ଚଳରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଫଳରେ ଦିଲ୍ଲୀରେ ସୋମବାରଠାରୁ ଶୀତର ପ୍ରକୋପ ଆହୁରି ବଢିଯିବ ବୋଲି ଅନୁମାନ କରାଯାଇଛି । ରାଜଧାନୀ ଦିଲ୍ଲୀରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ଶୀତ ଲହରର ପୂର୍ବାନୁମାନ କରାଯାଇଛି । ଦିଲ୍ଲୀରେ ୨୫ ଡିସେମ୍ବର ଅର୍ଥାତ୍ ଖ୍ରୀଷ୍ଟମାସରେ ଚଳିତ ବର୍ଷର ସବୁଠାରୁ କମ ତାପମାତ୍ରା ଥିବା ଦିନ ଭାବେ ରେକର୍ଡ କରାଯାଇଛି । ଏଠାରେ ସର୍ବୋଚ୍ଚ ତାପମାତ୍ରା ୧୬. ୨ ଡିଗ୍ରୀ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ସେଲସିୟସ ଥିଲା । ଏହା ୧୮ ଡିସେମ୍ବରରୁ ୨୫ ଡିସେମ୍ବର ମଧ୍ୟରେ ସବୁଠାରୁ କମ ତାପମାତ୍ରାର ଦିନ ଥିବା କୁହାଯାଉଛି । ୨୦୨୦ ପରେ ଏହା ସବୁଠାରୁକମ ତାପମାତ୍ରା ଦିନ ଥିଲା ।