Posted inଜାତୀୟ

ଏବର୍ଷ ମୌସୁମୀରେ କିପରି ହେବ ବର୍ଷା ? IMDର ବଡ଼ ଭବିଷ୍ୟବାଣୀ, ତାତିକୁ ନେଇ ବି କଲା ସତର୍କ

ନୂଆଦିଲ୍ଲୀ,୧୫।୪: ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର କହିଛି। ଫଳରେ କୃଷିଭିତ୍ତିକ ଅର୍ଥନୀତି ପାଇଁ ଭଲ ଫସଲ ଅମଳ ହେବାର ଆଶା ସଞ୍ଚାର ହୋଇଛି।

ଭାରତରେ ଦକ୍ଷିଣପଶ୍ଚିମ ମୌସୁମୀ ଜୁନ୍‌ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ। ଦୀର୍ଘମିଆଦୀ ହାରାହାରି ବୃଷ୍ଟିପାତ ୮୭ ସେଣ୍ଟିମିଟର ହୋଇଥିବାବେଳେ ମୌସୁମୀ ଚତୁର୍ମାସରେ ଏହାର ୧୦୫ ପ୍ରତିଶତ ବୃଷ୍ଟିପାତ ହେବ ବୋଲି ଆକଳନ କରାଯାଇଥିବା ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଏମ୍‌. ରବିଚନ୍ଦ୍ରନ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ତାମିଲନାଡୁର ଅଧିକାଂଶ ଅଞ୍ଚଳ ଏବଂ ଉତ୍ତରପୂର୍ବାଞ୍ଚଳରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇପାରେ। ସେହିପରି ଜମ୍ମୁ-କଶ୍ମୀର, ଲଦାଖ, ବିହାରର କେତେକ ଅଞ୍ଚଳରେ ମଧ୍ୟ କମ୍‌ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକରୁ ଅଧିକ ବର୍ଷା ହେବ।

ଭାରତରେ ମୌସୁମୀ ବର୍ଷାକୁ ପ୍ରଭାବିତ କରୁଥିବା ସମସ୍ତ ବୈଶ୍ୱିକ କାରକ ମଧ୍ୟରୁ ଚଳିତ ବର୍ଷ ୨ଟିର ନିଷ୍କ୍ରିୟ ପ୍ରଭାବ ରହିବାକୁ ଥିବାବେଳେ ଗୋଟିଏର ସକାରାତ୍ମକ ପ୍ରଭାବ ଅନୁଭୂତ ହେବ। ତେଣୁ ଆଗାମୀ ମୌସୁମୀରେ ସ୍ବାଭାବିକ ବର୍ଷା ହେବାର ୩୦ ପ୍ରତିଶତ ସୁଯୋଗ ରହିଥିବାବେଳେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବାର ୩୩% ଅତ୍ୟଧିକ ବର୍ଷା ହେବାର ୨୬% ସମ୍ଭାବନା ରହିଥିବା ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ପାଣିପାଗ ବିଭାଗ କହିବା ଅନୁଯାୟୀ, ୫୦ ବର୍ଷର ହାରାହାରି ବୃଷ୍ଟିପାତ ୮୭ ସେଣ୍ଟିମିଟରର ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ବର୍ଷା ହେଲେ, ଏହାକୁ ସ୍ବାଭାବିକ ବିବେଚନା କରାଯାଇଥାଏ। ୯୦ ପ୍ରତିଶତରୁ କମ୍‌ ବର୍ଷାକୁ ବର୍ଷାଭାବ ଧରାଯାଉଥିବାବେଳେ ୯୦ରୁ ୯୫ ପ୍ରତିଶତକୁ ସ୍ବାଭାବିକଠାରୁ କମ୍‌ ଏବଂ ୧୦୫ରୁ ୧୧୦ ପ୍ରତିଶତ ମଧ୍ୟରେ ବୃଷ୍ଟିପାତକୁ ସ୍ବାଭାବିକଠାରୁ ଅଧିକ ତଥା ୧୧୦ ପ୍ରତିଶତରୁ ଅଧିକ ବର୍ଷାକୁ ଅତ୍ୟଧିକ ବୃଷ୍ଟିପାତ ବିବେଚନା କରାଯାଏ।

ଆଇଏମଡି ମହାନିର୍ଦ୍ଦେଶକଙ୍କ ଅନୁଯାୟୀ, ବର୍ତ୍ତମାନ ଦେଶର ଏକ ବଡ଼ ଭାଗରେ ପ୍ରବଳ ଗରମ ରହିଛି। ଆଗାମୀ ତିନି ମାସ ମଧ୍ୟରେ ଗରମ ସ୍ତର ଆହୁରି ବୃଦ୍ଧି ପାଇପାରେ। ଅତ୍ୟଧିକ ଗରମ ଯୋଗୁ ପାୱାର ଗ୍ରୀଡ ଉପରେ ଚାପ ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ସେ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ ପ୍ରବଳ ଗରମ ଯୋଗୁ ଜଳଭଣ୍ଡାରଗୁଡ଼ିକରେ ପାଣିର ଅଭାବ ହୋଇପାରେ ଏବଂ ଅନେକ ଅଞ୍ଚଳରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ତଥାପି, ଏହି ପରିସ୍ଥିତିରେ ବର୍ଷାର ପୂର୍ବାନୁମାନ ବହୁତ ଆରାମଦାୟକ। ପାଣିପାଗ ବିଭାଗ ଅନୁଯାୟୀ, ବର୍ଷା କେବଳ କୃଷି କ୍ଷେତ୍ର ପାଇଁ ନୁହେଁ ବରଂ ସହରଗୁଡ଼ିକ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦ ଆକ୍ରମଣକୁ ନେଇ ଆକ୍ସନ ମୋଡ୍‌ରେ ମୋଦି: ବିମାନରୁ ଓହ୍ଲାଇବା ମାତ୍ରେ ଡୋଭାଲଙ୍କ ସହ କଲେ ବୈଠକ

ନୂଆଦିଲ୍ଲୀ,୨୩।୪: କିଛିଦିନର ନୀରବତା ପରେ ଜମ୍ମୁ-କଶ୍ମୀରରେ ପୁଣି ରକ୍ତମୁଖା ହୋଇଛନ୍ତି ଆତଙ୍କବାଦୀ। ପହଲଗାମ୍‌ ଜିଲାରେ ସେମାନେ ମଙ୍ଗଳବାର ଅପରାହ୍ନ ୩ଟାରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ପ୍ରାକୃତିକ...

ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କର:ଜିଲା ବିକାଶ ସମନ୍ବୟ-ତଦାରଖ କମିଟି ବୈଠକରେ ନିର୍ଦ୍ଦେଶ

ବରଗଡ,୨୩।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ଜିଲା ବିକାଶ ସମନ୍ବୟ ଏବଂ ମନିଟରିଂ କମିଟି ଦିଶାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଲ୍‌ ପୈଠ କରି ନ ଥିଲେ ବି ବିଦ୍ୟୁତ୍‌ କାଟ ହେବନ

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର):ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ତାପମାତ୍ରା ଏବେ ଅଧିକାଂଶ ଜିଲାରେ ୪୦ ଡିଗ୍ରୀରୁ ଅଧିକ ରହୁଛି। ଏଭଳି ସ୍ଥିତିରେ ଏକାଧିକ...

ତଳାମପଦର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଆଜବେଷ୍ଟସ୍‌

ଥୁଆମୂଳ ରାମପୁର,୨୩ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳାମପଦର ପଞ୍ଚାୟତର ତଳାମପଦର ଓ ଚୁଲବାଡିରେ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ...

ଯୁବକଙ୍କୁ ହତ୍ୟା ଘଟଣା: ଆଉ ଜଣେ ଗିରଫ

ଥୁଆମୂଳ ରାମପୁର,୨୩ା୪ (ଦୁର୍ଗା କୀର୍ତ୍ତି)- ଗତ ଜାନୁଆରୀ ୧୬ରେ ଥୁଆମୂଳ ରାମପୁର ଥାନା ପେଙ୍ଗଢୁସି ଗ୍ରାମଠାରେ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ...

୨୦୦୦ରୁ କଶ୍ମୀରରେ ଘଟିଥିବା ବଡ଼ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୨।୪: ୨୦୦୦ରୁ ଜମ୍ମୁ-କଶ୍ମୀରରେ ବିଭିନ୍ନ ସମୟରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ବହୁ ନିରୀହ ଜନସାଧାରଣଙ୍କ ଜୀବନ ଯାଇଛି। ଏଠାରେ କେତୋଟି ବଡ଼ ଆକ୍ରମଣର ତଥ୍ୟ...

ପହଲଗାମ ଆକ୍ରମଣ ଉପରେ ହ୍ୱାଇଟ୍ ହାଉସର ନଜର, ଟ୍ରମ୍ପ କହିଦେଲେ ବଡ କଥା

ନୂଆଦିଲ୍ଲୀ,୨୨।୪: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଉପରେ ଆମେରିକା ନଜର ରଖିଛି। ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ କାରୋଲାଇନ ଲିଭିଟ କହିଛନ୍ତି, “ରାଷ୍ଟ୍ରପତିଙ୍କୁ ଜାତୀୟ...

ଜମ୍ମୁ-କାଶ୍ମୀର ଆକ୍ରମଣ ପରେ ସାଉଦୀ ଗସ୍ତ ଅଧାରୁ ଫେରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିଏ ଆଜି ପୂର୍ବାହ୍ନରେ ଦୁଇ ଦିନିଆ ଗସ୍ତରେ ସାଉଦୀ ଆରବ ପହଞ୍ଚିଥିଲେ, ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image