Categories: ଜାତୀୟ

୧୯ ରାଜ୍ୟରେ ପ୍ରବଳ ବର୍ଷା, ଜାରି ହେଲା ରେଡ୍‌ ଆଲର୍ଟ

ନୂଆଦିଲ୍ଲୀ, ୧୬।୦୭: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଠାରୁ ପୂର୍ବାଞ୍ଚଳ ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ନଦୀରେ ବନ୍ୟା ଆସିବା ସମ୍ଭାବନା ରହିଛି । ୟୁପି, ଗୁଜୁରାଟ ଠାରୁ ନେଇ ବିହାର ଏବଂ ଆସାମ ପର୍ଯ୍ୟନ୍ତ କେତେକ ରାଜ୍ୟରେ ନଦୀବଢି ଜାରି ରହିଛି । ଏହାରି ମଧ୍ୟରେ ସୋମବାର ୟୁପି ସମେତ ୧୯ ରାଜ୍ୟରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି ।

କେରଳ, ଗୋଆ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଗୁଜୁରାଟର ସୌରାଷ୍ଟ୍ର ଓ କଚ୍ଛରେ ମଙ୍ଗଳବାର ପ୍ରବଳ ବର୍ଷା ନେଇ ରେଡ୍‌ ଆଲର୍ଟ ଜାରି କରାଯାଇଛି ।ଉତ୍ତରାଖଣ୍ଡରେ ୧୭-୧୮, ପୂର୍ବ ରାଜସ୍ଥାନରେ ୧୮, ଓଡ଼ିଶାରେ ୧୯ ଏବଂ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ୧୮-୧୯ ଜୁଲାଇରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

Share