Categories: ଜାତୀୟ

ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ୨୪ ଘଣ୍ଟା ଭିତରେ ଏହି ସହରରେ ପ୍ରବଳ ବର୍ଷା

ମୁମ଼୍ବାଇ, ୦୮।୦୭: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସୋମବାର ସକାଳେ ହୋଇଥିବା ବର୍ଷା କାରଣରୁ ମୁମ଼୍ବାଇ ସହର ଏବେ ଜଳାର୍ଣ୍ଣବ ହୋଇ ରହିଛି । ଟ୍ରେନ୍‌, ବସ୍‌ ଚଳାଚଳ ଏବଂ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଛି ।

ସୂଚନା ଥାଉକି ସୋମବାର ସକାଳୁ ପ୍ରବଳ ବର୍ଷା ଫଳରେ ମୁମ଼୍ବାଇ ସହରର ଏବଂ ବସ୍ତି ଅଞ୍ଚଳର ରାସ୍ତାଘାଟରେ ପାଣି ଜମି ରହିଛି । ଗାଡ଼ି ମଟର ସ଼୍ବଭାବିକ ଭାବେ ଜାତାୟତ କରିପାରୁନଥିବାରୁ ଟ୍ରାଫିକ୍‌ ଜାମ୍‌ ଭଳି ସ୍ଥିତି ଉପୁଜୁଛି । ବର୍ଷା କାରଣରୁ ମୁମ଼୍ବାଇ ବିମାନ ବନ୍ଦରରେ ୫୦ ବିମାନ ଉଡ଼ାଣକୁ ବାତିଲ୍‌ କରାଯାଇଛି । ଏହାଛଡ଼ା ମୁମ଼୍ବାଇ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ୨୭ଟି ଫ୍ଲାଇଟ୍‌କୁ ଅନ୍ୟ ବିମାନ ବନ୍ଦରରେ ଅବତରଣ କରିବକୁ ନିର୍ଦ୍ଦେଶ ଦିଆଯାଇଛି ।

Share