Categories: ଜାତୀୟ

ପାଣିପାଗ ବିଭାଗର ବଡ଼ ସୂଚନା, ଜୁଲାଇ ମାସରେ ୧୦୬ ପ୍ରତିଶତ ବର୍ଷା

ନୂଆଦିଲ୍ଲୀ, ୨ା୭: ଚଳିତ ବର୍ଷ ଜୁନ୍‌ରେ ହୋଇଥିବା ଭୀଷଣ ଗରମ ୧୨୩ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ବର୍ଷା ମଧ୍ୟ ଲୋକଙ୍କୁ ନିରାଶ କରିଥିଲା । କିନ୍ତୁ ଜୁଲାଇ ମାସକୁ ନେଇ ବଡ଼ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଜୁଲାଇ ମାସରେ ସାମାନ୍ୟରୁ ଅଧିକ ବର୍ଷା ହେବା ନେଇ ଅନୁମାନ କରିଛି ବିଭାଗ । ଏହି ମାସରେ ସାରା ଦେଶରେ ୧୦୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ପାଣିପାଗ ବିଭାଗର ଏହି ସୂଚନା କୃଷକମାନଙ୍କ ପାଇଁ ଭଲ ଖବର । କାରଣ ଖରିଫ୍‌ ଫସଲ, ବିଶେଷକରି ଧାନ ଗଛ ବଢ଼ିବାର ସମୟରେ ବର୍ଷା ଭଲ ହେଲେ ଫସଲ ଭଲ ହେବ । ଏହା ପୂର୍ବରୁ ଉତ୍ତର-ପଶ୍ଚିମ ଭାରତରେ ଜୁନ୍‌ ମାସରେ କୃଷି ଜମି ଶୁଖା ରହିଥିଲା । ପାଖପାଖି ୩୨.୬ ପ୍ରତିଶତ ବର୍ଷା ରେକର୍ଡ ହୋଇଥିଲା ।

Share